10-MARCH-2022
📌
BY: SRINIBASH ROUT
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ୨୯ ମହିଳାଙ୍କୁ 'ନାରୀଶକ୍ତି' ପୁରସ୍କାର ପ୍ରଦାନ କରାଯାଇଛି। ଦିଲ୍ଲୀ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମଙ୍ଗଳବାର ୦୮ ତାରିଖ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ୨୯ ଜଣ ମହିଳାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।ଓଡ଼ିଶାର ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ମିଳିଲା ନାରୀଶକ୍ତି ପୁରସ୍କାର ।କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ୨୦୨୧ ବର୍ଷ ପାଇଁ ଡ଼କ୍ଟର ଶ୍ରୁତି ମହାପାତ୍ରଙ୍କୁ ଏହି ପୁରସ୍କାର ମିଳିଛି। ବର୍ଷ ୨୦୨୦ ଏବଂ ୨୦୨୧ ମସିହା ପାଇଁ ମୋଟ୍ ୨୯ ଜଣଙ୍କ ନାଁ ନାରୀଶକ୍ତି ପୁରସ୍କାର ପାଇଁ ସାମିଲ୍ ହୋଇଥିଲା। ଯେଉଁଥିରେ ଓଡ଼ିଶାର ଜଣାଶୁଣା ସାମାଜିକ କର୍ମୀ ଡ଼କ୍ଟର ଶ୍ରୁତି ମହାପାତ୍ର ରହିଥିଲେ। ଭିନ୍ନକ୍ଷମଙ୍କ ଅଧିକାର ଏବଂ ସୁରକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗତ ସୋମବାର ୦୬ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାରୀଶକ୍ତି ପୁରସ୍କାର ବିଜେତାଙ୍କ ସହ ଆଲୋଚନା କରି ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜ ସହିତ ରାଷ୍ଟ୍ର ନିର୍ମାଣ ପାଇଁ ମହିଳାମାନଙ୍କ ଅନନ୍ୟ ଯୋଗଦାନ ରହିଛି ।ସେମାନଙ୍କ କାର୍ଯ୍ୟରେ ସେବା ଭାବନା ରହିଛି, ଏଥିସହିତ ସେମାନଙ୍କର କାର୍ଯ୍ୟଧାରାରେ ସୃଜନଶୀଳତାର ସ୍ପଷ୍ଟ ପରିପ୍ରକାଶ ଦେଖିବାକୁ ମିଳୁଛି ।ବର୍ତ୍ତମାନ ଏପରି କୌଣସି ଗୋଟିଏ କ୍ଷେତ୍ର ନାହିଁ ଯେଉଁଠି ମହିଳାମାନେ ଯୋଗଦାନ ଦେଇନାହାଁନ୍ତି ।ସମାଜର ବିକାଶରେ ସେମାନଙ୍କ ଯଥେଷ୍ଟ ଭୂମିକା ରହିଛି। ମହିଳାମାନଙ୍କ ମଧ୍ୟରେ ରହିଥିବା ଆଶାକୁ ସାକାର ରୂପ ଦେବା ପାଇଁ ସରକାର ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି ।ପାରିବାରିକ ସ୍ତରରେ ସବୁ ମହିଳାମାନଙ୍କୁ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ସାମିଲ୍ କରାଯିବା ଗୁରୁତ୍ୱପୂର୍ଣ୍ଣ ଅଟେ ।ଯାହା ଫଳରେ ସେମାନଙ୍କର ଆର୍ଥିକ ସଶକ୍ତିକରଣ ସମ୍ଭବ ହୋଇପାରିବ ବୋଲି ମୋଦି କହିଛନ୍ତି ।
ନାରୀ ସଶକ୍ତିକରଣ ଓ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିଥିବା ପ୍ରତିଭାଶାଳୀ ମହିଳାମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରତି ବର୍ଷ ନାରୀଶକ୍ତି ସମ୍ମାନ ପ୍ରଦାନ କରାଯାଉଛି। କୋଭିଡ୍ ପରିସ୍ଥିତି ଯୋଗୁଁ ବର୍ଷ ୨୦୨୦ରେ ଏହି ପୁରସ୍କାର ପ୍ରଦାନ କରାଯାଇପାରି ନଥିଲା।
www. socialnewsodiaofficial.blogspot.com
0 Comments