Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବନ୍ଦ୍ ରହିବ ଇଣ୍ଟରନେଟ୍‌ ସେବା; ୭ ଦିନ ବନ୍ଦ୍ ରହିବ ଇଣ୍ଟରନେଟ୍ ସେବା - ଇଣ୍ଟରନେଟ୍ ଟ୍ରାନ୍ସମିଶନ୍ସ ଏବଂ ଇଣ୍ଟରନେଟ୍‌ ଟେଲଫୋନ୍ ମାଧ୍ୟମରେ କିଛି ଅଞ୍ଚଳ ରେ ବେଆଇନ୍ କାରବାର ହେବାର ସୂଚନା ମିଳିଛି ।

 



07-MARCH-2022


📌


BY: SRINIBASH ROUT

୭ ଦିନ ପାଇଁ ବନ୍ଦ୍ ରହିବ ଇଣ୍ଟରନେଟ୍‌ ସେବା ।ପଶ୍ଚିମବଙ୍ଗର କିଛି ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍‌ ଏବଂ ବ୍ରଡବାଣ୍ଡ ସର୍ଭିସ୍ ୭ ଦିନ ପାଇଁ ସାମୟିକ ଭାବେ ବନ୍ଦ୍ ରହିବ। ଏ ନେଇ ନିଷ୍ପତ୍ତି ନେଇଛନ୍ତି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାର। ସରକାରଙ୍କ ତରଫରୁ ଜାରି ହୋଇଥିବା ଆଦେଶ ଅନୁସାରେ ପଶ୍ଚିମବଙ୍ଗର ମାଲଦା, ମୁର୍ଶିଦାବାଦ, ଉତ୍ତର ଦିନାଜପୁର, କୁଚବେହାର, ଜଲପାଇଗୁଡ଼ି, ବୀରଭୁମି ଓ ଦାର୍ଜିଲିଙ୍ଗ ଜିଲ୍ଲାର କିଛି ବ୍ଲକରେ ୭ରୁ ୧୬ ତାରିଖ ମଧ୍ୟରେ କିଛି ସମୟ ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ। ଆସନ୍ତା ୭ରୁ ୯, ୧୧ରୁ ୧୨, ୧୪ରୁ ୧୬ ତାରିଖରେ ଅପରାହ୍ନ ୧୧ରୁ ୩ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ହେବ ନାହିଁ। ଏହି ସମୟରେ ଭଏସ କଲ୍, ଏସଏମଏସ (SMS) ଉପରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବ ନାହିଁ ।


ପଶ୍ଚିମବଙ୍ଗ ରାଜ୍ୟ ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି କିଛି ଅଞ୍ଚଳରେ ଅବୈଧ ଗତିବିଧି ହେବା ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଏପରି ନିଷ୍ପତ୍ତି ଯାଇଛି ।




https://socialnewsodiaofficial.blogspot.com

Post a Comment

0 Comments