Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ ଉମେଶ କୁମାର ଶାସନୀଙ୍କ ଘର, ଅଫିସ୍ ସମେତ ୮ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

 


23-MARCH-2022


📌


BY: SRINIBASH ROUT

ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ବୈତରଣୀ କେନାଲ ଡିଭିଜନର ଶାଳପଡ଼ା ଅଫିସରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଉମେଶ ଶାସିନୀ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର, ଅଫିସ୍ ସମେତ ୮ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।ଭିଜିଲାନ୍ସର ୯ ଜଣିଆ ଟିମ୍ ଉମେଶଙ୍କ କେନ୍ଦୁଝର ସ୍ଥିତ ଶାଳପଡ଼ା ଅଫିସ୍ ଓ ଇରିଗେସନ କଲୋନିରେ ଥିବା କ୍ୱାର୍ଟର, କେନ୍ଦୁଝର ଜିଲ୍ଲା ହାଟିଡିହି ବ୍ଲକର ନନ୍ଦିପଦା ବେକ୍ତିରାରେ ଥିବା ପୈତୃକ ବାସଭବନ, ଯାଜପୁର କୁଆଖିଆ ମଠସାହିରେ ଥିବା ଶ୍ୱଶୁର ଘର, ଭଦ୍ରକର ଅପର୍ତ୍ତିବିନ୍ଧାରେ ସ୍ତ୍ରୀଙ୍କ ନାଁରେ ଥିବା ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଶ୍ୟାମ ଏନକ୍ଲେଭରେ ଥିବା ଫ୍ଲାଟ୍, ଖୋର୍ଦ୍ଧା ବାଲିଅନ୍ତା ଅଞ୍ଚଳରେ ଥିବା ପ୍ଲଟ୍, କେନ୍ଦୁଝର ଆନନ୍ଦପୁରର ଶୁଡୁଶୁଡ଼ିଆରେ ଥିବା ପ୍ଲଟ୍ ଉପରେ ଭିଜିଲାନ୍ସ ଟିମ୍ ଚଢ଼ଉ  କରିଛି। 


ଚଢ଼ାଉ ବେଳେ ଭଦ୍ରକର ଅପର୍ତ୍ତିବିନ୍ଧା ଘରୁ ୫୦ ହଜାର ଟଙ୍କା  ଓ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଉମେଶ ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ ଭାବେ ବନ୍ୟା ନିୟନ୍ତ୍ରଣ ବିଭାଗ ଦାୟିତ୍ୱରେ ଥିଲେ ।ଉମେଶ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଟିମ୍‌ ତଦନ୍ତ କରି ତାଙ୍କ ଘରେ ଚଢ଼ାଉ କରିଥିଲା।




www. socialnewsodiaofficial.blogspot.com

Post a Comment

0 Comments