24-MARCH-2022
📌
BY: SRINIBASH ROUT
ରାଜଧାନୀରେ ଚାଞ୍ଚଲ୍ୟ ।ରାଜଧାନୀ ଭୁବନେଶ୍ୱର ପଟିଆ କଳାରାହାଙ୍ଗ ସ୍ଥିତ ଇଞ୍ଜଣା ପୋଲ ତଳୁ ଏକାଧିକ ଖପୁରୀ ଓ କଙ୍କାଳ ଠାବ କରିଛି ପୋଲିସ ।ଖପୁରୀ ସହ ଏକାଧିକ କଙ୍କାଳ ଉଦ୍ଧାର ଠାବ କରାଯାଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ସହ ସ୍ଥାନୀୟ ଆଇଆଇସି (IIC) ଓ ତଦନ୍ତକାରୀ ଅଧିକାରି ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି ।ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ତେବେ ଏତେ ସଂଖ୍ୟକ ନର କଙ୍କାଳ କୁଆଡ଼ୁ ଆସିଲା ତାହା ସ୍ପଷ୍ଟ ହୋଇନାଥିବା ବେଳେ କୌଣସି କାରଣରୁ ଏହା ଗଣ ଅପରାଧର ପୃଷ୍ଠଭୂମିକୁ ଦର୍ଶାଉନି ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ହଠାତ୍ ଏତେ ସଂଖ୍ୟାରେ କଙ୍କାଳ ଓ ଖପୁରି କେଉଁଠୁ ଓ କିପରି ଆସିଲା, କିଏ ଏଠାରେ ଫୋପାଡ଼ିଲା, ଏହା ପଛର କାରଣ କ'ଣ ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।
ସେହିପରି ଗତ କିଛି ଦିନ ତଳେ ଖାରବେଳ ନଗର ଥାନା ଅଧୀନ ଏକ ଅଞ୍ଚଳରୁ ଏହିଭଳି ଭାବେ ନରକଙ୍କାଳ ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ପରବର୍ତ୍ତି ସ୍ଥିତିରେ ଏହା ଏକ ଘରୋଇ ହସ୍ପିଟାଲ୍ ଲ୍ୟାବ୍ରୁ ପକାଯାଇଥିବା ସୂଚନା ମିଳିଥିଲା ।ବିଭିନ୍ନ ସମୟରେ ସାଇଣ୍ଟିଫିକ୍ ରିସର୍ଚ୍ଚ ପାଇଁ ଏହିସବୁ ନରକଙ୍କାଳକୁ ସରକାରୀ ଅନୁମତି ସହାୟତାରେ ଏହାକୁ କାର୍ଯ୍ୟରେ ଲଗା ଯାଇଥାଏ ।ତେବେ ବୁଧବାର ୨୩ ତାରିଖ ଯେଉଁ ନରକଙ୍କାଳ ମିଳିଛି ତାହା କୌଣସି ମେଡିକାଲ୍ ଲ୍ୟାବ୍ରୁ ପକାଯାଇଛି ନା କେହି ଗୁଣିଆ ବା ତନ୍ତ୍ର ସାଧନା କରନ୍ତି ତାହାଲେ ଏପରି ହତ୍ୟା କରି ପକାଇ ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।
www. socialnewsodiaofficial.blogspot.com
0 Comments