03-MARCH-2022


📌


BY: SRINIBASH ROUT

ଟ୍ରେନରୁ ୧୨ କୋଟି ଟଙ୍କାର ସୁନା ଅଳଙ୍କାର ଜବତ କଲା ଜିଆର୍‌ପି ପୋଲିସ। କୋଣାର୍କ ଏକ୍ସପ୍ରେସ୍‌ରେ ୪ଟି ବ୍ୟାଗରେ ସୁନା ଅଳଙ୍କାର ଭର୍ତ୍ତି କରି ମୁମ୍ବାଇରୁ ଅଣାଯାଉଥିଲା ଭୁବନେଶ୍ୱର ।ପ୍ରତି ବ୍ୟାଗରେ ୮ କେଜି ସୁନା ପ୍ୟାକ୍ ହୋଇଥିଲା ।କୋଣାର୍କ ଏକ୍ସପ୍ରେସ୍‌ରେ ସୁନା ଆସୁଥିବା ଜିଆର୍‌ପିକୁ ସୂଚନା ମିଳିଥିଲା ।ପୂର୍ବ ସୂଚନା ଆଧାରରେ ଚଢାଉ କରାଯାଇଥିଲା। ଚଢ଼ାଉରେ ୪ଟି ବ୍ୟାଗରୁ ୩୨ କେଜି ରୁ ଅଧିକ ସୁନା ଅଳଙ୍କାର ଜବତ ହୋଇଛି ।ଯାହାର ମୂଲ୍ୟ ୧୨ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।


ଜବତ ସୁନା ସହ ୪ ଜଣଙ୍କୁ ଅଟକ ରଖିଛି ଜିଆରପି ।ତେବେ ଏତେ ପରିମାଣରେ ସୁନା କାହିଁକି ଆଣୁଥିଲେ ।ସେନେଇ କିଛି ସ୍ପଷ୍ଟ ହୋଇନି ।ଅଧିକ ତଦନ୍ତ ପାଇଁ ଜିଏସ୍‌ଟି ଏବଂ ଆଇଟିକୁ ସୂଚନା ଦିଆଯାଇଛି।



www. socialnewsodiaofficial.blogspot.com