03-MARCH-2022
📌
BY: SRINIBASH ROUT
ରାଜଧାନୀରୁ ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ ।ଭୁବନେଶ୍ୱର ଖାରବେଳ ନଗର ଥାନା ଅଞ୍ଚଳରୁ ୭ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ ହୋଇଛି ।ନକଲି ବା ଜାଲ୍ ନୋଟ୍ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।ଏହା ସହ ୭ ଲକ୍ଷର ୨୦୦ ଟଙ୍କିଆ ନକଲି ନୋଟ୍ ସହ ପ୍ରିଣ୍ଟି ମେସିନ୍ ଜବତ କରାଯାଇଛି ।ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡି.ସି.ପି ଉମାଶଙ୍କର ଦାଶ ।ସୂଚନା ଅନୁଯାୟୀ, ଜାଲ୍ ନୋଟ୍ କାରବାର ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖାରବେଳ ନଗର ଥାନା ପୋଲିସ ବୁଧବାର ୦୨ ତାରିଖ ୨ ଅଭିଯୁକ୍ତଙ୍କୁ ଧରିଥିବା ବେଳେ ସେମାନଙ୍କ ନିକଟରୁ ଜବତ ହୋଇଛି ୭ ଲକ୍ଷ ଟଙ୍କାର ଜାଲ୍ ନୋଟ୍। ସମସ୍ତ ଜାଲ୍ ନୋଟ୍ ୨ ଶହ ଟଙ୍କିଆ ହୋଇଥିବା ସୂଚନା ମିଳିଛି ।
ପୋଲିସ ଜାଲ୍ ନୋଟ୍ କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନେ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାରାୟଣ ପୃଷ୍ଟି ଓ ଭୋଲା ପ୍ରଧାନ ।ସତ୍ୟ ନାରାୟଣ କୋଚିଂ ସେଣ୍ଟର କରି ଚଳୁଥିବା ବେଳେ ଚାକିରି ନାଁରେ ଯୁବକ ଯୁବତୀଙ୍କୁ ଠକୁଥିଲେ। ସେ ୨୦୨୦ ମସିହାରୁ ଏହି କାମ କରି ଆସୁଥିବା ବେଳେ ଧରା ପଡ଼ି ନ ଥିଲେ। ହେଲେ କିଛି ଦିନ ପୂର୍ବେ ସେ ଭୁଲା ପ୍ରଧାନ ନାମକ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ। ଭୁଲା ଆନ୍ଧ୍ର ପ୍ରଦେଶରେ ରହି ଜାଲ୍ ନୋଟ୍ କରିବା କିଛି କିଛି ଶିଖିଥିଲା। ଏହା ପରେ ୟୁଟ୍ୟୁବ, ଗୁଗଲରୁ ଆହୁରି ଅଧିକ ଶିଖିଥିଲା।
ଏପରିକି ୨ ଶହ ଟଙ୍କିଆ ବଣ୍ଡଲ କରି ଲୋକଙ୍କୁ ଠକୁଥିବା ବେଳେ ଆଗକୁ ୫ ଶହ ଟଙ୍କିଆ ନୋଟ୍ ବି କରିବାକୁ ପ୍ରସ୍ତୁତ କରିଥିଲେ ବ୍ଲୁ ପ୍ରିଣ୍ଟ। ହେଲେ ଏହା ପୂର୍ବରୁ ମାଡ଼ି ବସିଛି ପୋଲିସ।
www. socialnewsodiaofficial.blogspot.com
0 Comments