Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଏସ୍‌ଏଚ୍‌ଜିଙ୍କୁ ଋଣ ଭେଳିକି; ଦେବା ପରିବର୍ତ୍ତେ କାଟି ନେଉଛି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍ - ସେହିପରି ଖୋଲାଯାଇଥିବା ସମସ୍ତ ସଞ୍ଚୟ ଖାତାରୁ ବର୍ଷକୁ ଥରେ ୬୦ଟଙ୍କା ଲେଖା ୟୁଜର ଫି କହି କାଟି ନିଆ ଯାଉଥିବା ଅଭିଯୋଗ ।

 


30-MARCH-2022


📌


BY: SRINIBASH ROUT

କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ସଶକ୍ତିକରଣ ପାଇଁ ଗ୍ରାମାଞ୍ଚଳରେ ସ୍ୱୟଂ ସହାୟିକା ସଂଘ ମାଧ୍ୟମରେ ଲକ୍ଷାଧିକ ଟଙ୍କା ବିଭିନ୍ନ ସ୍କିମ୍ ମାଧ୍ୟମରେ ଦେଇ ଆତ୍ମ ନିର୍ଭରଶୀଳ କରାଇବା ପାଇଁ ବ୍ୟାଙ୍କ୍ ଜରିଆରେ ଋଣ ଦେଉଛନ୍ତି ।ବ୍ୟାଙ୍କ୍ କର୍ମଚାରୀ ବିଭିନ୍ନ ପ୍ରକାର ଆଳ ଦେଖାଇ ମହିଳାମାନଙ୍କୁ ଋଣ ଯୋଗାଇ ଦେବାରେ ବଞ୍ଚିତ କରାଉଛନ୍ତି ।ଫଳରେ ମହିଳା ଶଶକ୍ତି କରଣ ବିଫଳ ହେଉଥିବା ଦେଖିବାକୁ ମିଳିଛି ।ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ତରିକୁନ୍ଦ ଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍ ଶାଖାରେ ବିଗତ ୨୦ବର୍ଷ ତଳେ ଯେଉଁ ମହିଳାଙ୍କ ସ୍ୱମୀ ନାମରେ ଋଣ ଅଛି ତାକୁ ଋଣ ଦେବାକୁ ରୋକ ଠୋକ ନାହିଁ କରି ଦେଉଛନ୍ତି ।ତାହା ସହିତ କାଳିଆ ଯୋଜନା, ପକ୍କାଘର ଯୋଜନା, ବର୍ଦ୍ଧକ୍ୟ ଓ ବିଧବା ଭତ୍ତା ଟଙ୍କା ଏହି ଗ୍ରାମବ୍ୟାଙ୍କରେ ଖୋଲିଥିବା ଗ୍ରାହକଙ୍କ ଖାତାକୁ ଆସିଲେ ତାହା ମଧ୍ୟ କର୍ତ୍ତୃପକ୍ଷ କାଟି ନେଉଥିବା ଗ୍ରାହକ ରବିନ୍ଦ୍ର ନାଥ ସାହୁ, ସଂଗ୍ରାମ ସାମନ୍ତରାୟ ତରିକୁନ୍ଦ, ଜୟଶୋଲ ଓ ବରାଗୋଳ ପଞ୍ଚାୟତ ପକ୍ଷରୁ ଅଭିଯୋଗ କରିଛନ୍ତି ।ରଘୁନାଥପୁର ବିଡ଼ିଓ ଜିତେନ୍ଦ୍ର ନାୟକ କୁହନ୍ତି କୌଣସି ବ୍ୟାଙ୍କ୍ ଏସ୍‌ଏଚ୍‌ଜିଙ୍କୁ ଋଣରୁ ବଞ୍ଚିତ କରିପାରିବେ ନାହିଁ କିମ୍ବା ଇନ୍ଦିରା ଆବାସ, ଭତ୍ତା, କାଳିଆ ଯୋଜନାରେ ଆସିଥିବା ହିତାଧିକାରୀଙ୍କ ଟଙ୍କା କୁ ବଳପୂର୍ବକ କାଟିନେଇ ପାରିବେ ନାହିଁ ।ଏ ସମ୍ପର୍କରେ ବ୍ୟାଙ୍କ୍ ବୈଠକରେ ମଧ୍ୟ ନିଷ୍ପତ୍ତି ହୋଇଛି ।ସେହିପରି ଖୋଲାଯାଇଥିବା ସମସ୍ତ ସଞ୍ଚୟ ଖାତାରୁ ବର୍ଷକୁ ଥରେ ୬୦ଟଙ୍କା ଲେଖା ୟୁଜର ଫି କହି କାଟି ନିଆ ଯାଉଛି ।ଏହିଭଳି ଯଦି ଜଣେ ଗରିବଲୋକ ବହୁ କଷ୍ଟରେ ପାସବୁକରେ ମାସକୁ ୧୦୦ଟଙ୍କା ଲେଖାଏଁ ଜମାକରେ ବ୍ୟାଙ୍କ୍ ବାବୁ ବର୍ଷକୁ ୧୨ଶହ ଟଙ୍କାରେ ଯେତିକି ସୁଧ ନଦେବେ ତାହାଠାରୁ ଅଧିକ ୟୁଜର ଫି କହି କାଟିନିଅନ୍ତି ।ତେବେ ଗରିବ ଲୋକ ସଞ୍ଚୟ କରିବାର ମନବଳକୁ ପରୋକ୍ଷରେ ବାଧା ଦେଉଥିବା ଜାଣିବାକୁ ମିଳୁଛି ।



www. socialnewsodiaofficial.blogspot.com

Post a Comment

0 Comments