31-MARCH-2022
📌
BY: SRINIBASH ROUT
ପ୍ରଚଣ୍ଡ ଗ୍ରୀଷ୍ମ କାରଣରୁ ଜନଜୀବନ ବାଧା ପ୍ରାପ୍ତ ହେଉଛି । ଦିନ ୧୦ ଟା ପରଠାରୁ ଲୋକଙ୍କ ଘରୁ ବାହାରିବା ମୁସକିଲ୍ ହୋଇପଡୁଛି ।ମାର୍ଚ୍ଚ ୩୦ ଠାରୁ ଏପ୍ରିଲ୍ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ମୟୂରଭଞ୍ଜ, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର ଜିଲ୍ଲା ଲାଗି ୱାର୍ଣ୍ଣିଂ ଜାରି କରାଯାଇଛି । ୩୧ ରୁ ୨ ତାରିଖ ପର୍ଯ୍ୟନ୍ତ ୭ଟି ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ ଓ କଳାହାଣ୍ଡି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ବୁଧବାର ୩୦ ତାରିଖ ଟିଟିଲାଗଡ଼, ବଲାଙ୍ଗିର, ସୋନପୁର ବାରିପଦା,ବୌଦ୍ଧ ଭବାନୀପାଟଣା ଓ ସମ୍ବଲପୁରରେ ପାରଦ ୪୦ ଡ଼ିଗ୍ରୀ ଉପରେ ରହିଥିଲା ।
ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ରାଜ୍ୟକୁ ଉତ୍ତପ୍ତ ଶୁଷ୍କବାୟୁ ପ୍ରବାହିତ ହେବାର ସମ୍ଭାବନା ରହିଛି ।ଫଳରେ ସାରା ରାଜ୍ୟରେ ୨ ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।ତେଣୁ ଏହି ସମୟରେ ଘରୁ ବାହାରକୁ ନ ବାହାରିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
www. socialnewsodiaofficial.blogspot.com
0 Comments