Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବିପଦ ସାଜିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର; ବିପଦ ସଂକୁଳ ପରିବେଶରେ ଚାଲିଛି ଶିକ୍ଷାଦାନ, ପିଲାଙ୍କ ପାଇଁ ବିପଦ ସାଜିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର - ଶିକ୍ଷାର ମାନବୃଦ୍ଧି ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଛନ୍ତି ।

 


23-MARCH-2022


📌


BY: SRINIBASH ROUT

ବିପଦ ସଂକୁଳ ଅବସ୍ଥାରେ ଚାଲିଛି ପାଠ ପଢା ।ଗତ ୨ବର୍ଷ ଧରି କୋଭିଡ଼୍-୧୯ ଶିକ୍ଷା କ୍ଷେତ୍ରରେ ଘୋର ସମସ୍ୟା ସୃଷ୍ଟି କରିଛି ।ଛାତ୍ରଛାତ୍ରୀ ମାନେ ଶ୍ରେଣୀ ଗୃହ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ।୨ବର୍ଷ ପରେ ଏବେ ସରକାରଙ୍କ ନିଷ୍ପତି ଯୋଗୁଁ ପର୍ଯ୍ୟାୟ କ୍ରମେ ଶ୍ରେଣୀ ଗୃହ ଶିକ୍ଷା ଆରମ୍ଭ ହୋଇଛି ।ଏଥିପାଇଁ ଶୈକ୍ଷିକ ବାତାବରଣ ପ୍ରତି ଦୃଷ୍ଟି ଦେବାକୁ ସରକାର ଘୋଷଣା କରିଛନ୍ତି ।କିନ୍ତୁ ଏହା ଏକ ପ୍ରହସନ ରେ ପରିଣତ ହୋଇଛି ।ଭଦ୍ରକ ଜିଲ୍ଲା  ବନ୍ତ ବ୍ଲକ୍ ଗୋପିନାଥପୁର ପଞ୍ଚାୟତ ଅର୍ନ୍ତଗତ ସାନସନ୍ଦାଡ଼ୋ ପ୍ରାଥମିକ ବିଦ୍ୟାଳୟଟି ବହୁବିଧ ସମସ୍ୟାରେ ଗତି କରୁଥିଲେ ସୁଦ୍ଧା ଏହାର ସୁଧାର ଆଣିବାରେ ପ୍ରଶାସନିକ ଅଧିକାରୀ କିମ୍ବା ଲୋକପ୍ରତିନିଧି କେହି ଦୃଷ୍ଟି ନଦେବା ବଡ଼ ଦୁଃଖ ଓ ଅନୁତାପର ବିଷୟ ଅଟେ ।ଶିକ୍ଷାର ମାନବୃଦ୍ଧି ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କୋଟିକୋଟି ଟଙ୍କାର ବ୍ୟୟ ବରାଦ କରୁଛନ୍ତି ।ଏଥି ମଧ୍ୟରେ ସୁରକ୍ଷିତ ପରିବେଶରେ ଶିକ୍ଷାଦାନ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଉଛି ।ତଥାପି ଗ୍ରାମାଞ୍ଚଳରେ ଏବେ ବି ଅନେକ ବିଦ୍ୟାଳୟ ରହିଛି ଯେଉଁଠାରେ ବିପଦ ସଂକୁଳ ପରିବେଶରେ ଶିକ୍ଷାଦାନ ଚାଲିଛି ।


୧୯୯୨ ମସିହାରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷରେ ୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।୫ଟି ଶ୍ରେଣୀ ପାଇଁ ୨ଟି କୋଠରୀ ଉଦ୍ଦିଷ୍ଟ ଥିବା ବେଳେ ୨ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି ।ଶିକ୍ଷାଦାନ ପାଇଁ ୨ଟି କୋଠରୀ ଥିଲେ ମଧ୍ୟ ଏହା ଶିକ୍ଷା ଦାନ ପାଇଁ ଉପଯୁକ୍ତ ନୁହେଁ ।ଗୃହ ଗୁଡ଼ିକ ଏହିପରି ନିର୍ମିତ ହୋଇଛିଯେ ବର୍ଷା ଦିନେ ଛାତରୁ ପାଣି ଗଡ଼ିବା ସହ ପ୍ଲାଷ୍ଟର ଗୁଡ଼ିକ ଖସୁଥିବାରୁ ଏହା ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ୨ କୋଠରୀରେ ପାଂଚଟି ଶ୍ରେଣୀର ପାଠ ପଢା ପୁଣି ୨ଜଣ ଶିକ୍ଷକଙ୍କ ଦ୍ୱାରା କିପରି ଚାଲୁଛି ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ନିତ କରିବା ସହ ଏଠାରେ କିପରି ଅଧ୍ୟାପନା କାର୍ଯ୍ୟ ସଂପାଦନ ହେଉଥିବ ତାହା ସହଜରେ ଅନୁମେୟ ।


ବିଦ୍ୟାଳୟଟିର ସ୍ଥାୟୀ ପାଚେରୀ ନ ଥିବାରୁ ବୁଲା ଗୋରୁଗାଈଙ୍କର ଅବାଧ ପ୍ରବେଶ ହେଉଥିବାରୁ ଅଧିକାଂଶ ସମୟରେ ଏହାର ଶୈକ୍ଷିକ ପରିବେଶ ନଷ୍ଟ ହେବାରେ ଲାଗିଛି । ଏହା ପରିସରରେ ବିପଦ ଶଙ୍କୁଳ ଅବସ୍ଥାରେ ପୁରୁଣା ଗୃହ ଥିଲେ ସୁଦ୍ଧା ଏହାକୁ ଭାଙ୍ଗିବାର ପ୍ରଶାସନିକ ସ୍ତରରେ କୌଣସି ବ୍ୟବସ୍ଥା ହୋଇପାରି ନାହିଁ ।ବିଦ୍ୟାଳୟଟିରେ କୈାଣସି ରୋଷେଇ ଗୃହ ନଥିବାରୁ ଏହା ଷ୍ଟକ ରୁମରେ ଚାଲୁଛି ।ଏହାର ପରିବେଶ ମଧ୍ୟ ଠିକ୍ ନାହିଁ ।ଆଜି ପର୍ଯ୍ୟନ୍ତ ସର୍ବଶିକ୍ଷା ଅଭିଯାନ ତରଫରୁ ରୋଷେଇ ଗୃହ ନିର୍ମାଣ କରାଯାଇପାରି ନାହିଁ ।ତେଣୁ ବର୍ଷାଦିନରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ନାନା ସମସ୍ୟା ସୃଷ୍ଟି କରୁଛି ।ସ୍କୁଲ ସମ୍ମୁଖରେ ଟ୍ରାନ୍ସଫର୍ମରଟିଏ ଥିବାରୁ ତାହା ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ।


ବିଦ୍ୟାଳୟ ସମ୍ମୁଖରେ ରାସ୍ତା ଯାଇଥିବାରୁ ଓ କୈାଣସି ସ୍ଥାୟୀ ପାଚେରୀ ନଥିବାରୁ ଆଗକୁ କୈାଣସି ବିପଦ ଘଟିବା ନେଇ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି ।ବିଦ୍ୟାଳୟଟିରେ ଏହିପରି ଅବ୍ୟବସ୍ଥା ଯଦି ଲାଗି ରହେ ତେବେ ଏହା ନିଶ୍ଚିନ୍ତ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରବାହ ପକାଇବ ଏଥିରେ ଦ୍ୱିମତ ନାହିଁ ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରୁଛନ୍ତି ।ବିଦ୍ୟାଳୟଟିର ସମସ୍ୟା ବିଷୟରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟିକୁ ଏହିସବୁ ସମସ୍ୟାକୁ ଆଣିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନଥିବାର ଜଣେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।ଶିକ୍ଷା ବ୍ୟବସ୍ଥାରେ ଏହିପରି ପ୍ରହସନ ଆଉ କେତେ ଦିନ ବୋଲି ସାଧାରଣ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ତେଣୁ ଏହି ସବୁ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ଓ ଅଭିଭାବକମାନେ ଦାବି କରିଛନ୍ତି ।





www. socialnewsodiaofficial.blogspot.com

Post a Comment

0 Comments