Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ; ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି - ଠିକାଦାରଙ୍କ ବିଲ୍ ପାସ୍ କରାଇବା ପାଇଁ ୫୦ ହଜାର ଲାଞ୍ଚ ।

 


30-MARCH-2022


📌


BY: SRINIBASH ROUT

ଲାଞ୍ଚ ନେଲା ବେଳେ ଧରା ପଡ଼ିଲେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ।ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ ମଙ୍ଗଳବାର ୨୯ ତାରିଖ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।ସେ କଣିହାଁ ଅଞ୍ଚଳର ପ୍ରତାପ କୁମାର ପଟ୍ଟନାୟକ ନାମକ ଜଣେ ଠିକାଦାରଙ୍କ ବକେୟା ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା ।ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ୍ କରୁଛି ଭିଜିଲାନ୍ସ ।ତାଳଚେରରେ ତାଙ୍କ ସରକାରୀ କ୍ୱାଟର, କୋଠାଘର, ଭୁବନେଶ୍ୱର କଳିଙ୍ଗ ବିହାର ଏବଂ ନୟାଗଡ଼ ବାସ ଭବନରେ ଭିଜିଲାନ୍ସ ଚଢ଼ାଉ କରିଛି ।କଟକ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିିଛି ।



www. socialnewsodiaofficial.blogspot.com

Post a Comment

0 Comments