Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

କୃଷି ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ; ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି - ୨କୋଟି ୨୧ଲକ୍ଷ ଟଙ୍କାର ସଂପତ୍ତି ଠବ କଲା ଭିଜିଲାନ୍ସ।



16-MARCH-2022


📌


BY: SRINIBASH ROUT

ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ ।ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍‌. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ।ଏମ୍ ଆନନ୍ଦଙ୍କ ମାଲକାନଗିରିରେ ଥିବା ଅଫିସ୍, ନବରଙ୍ଗପୁରରେ ଥିବା ଘର ଓ ବିଶାଖାପାଟଣା ସମେତ  ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏମ୍ ଆନନ୍ଦ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ତଦନ୍ତ କରି ତାଙ୍କ ଘରେ ମଙ୍ଗଳବାର ୧୫ ତାରିଖ ସକାଳେ ଚଢ଼ାଉ କରିଥିଲା। ଏମ୍ ଆନନ୍ଦ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାବେ ୬ମାସ ହେବ ଯୋଗ ଦେଇଥିଲେ। ସେ ପୂର୍ବରୁ ନବରଙ୍ଗପୁରରେ ଚାକିରି କରିଥିଲେ। ଚଢ଼ାଉ ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ନଗଦ ୧ଲକ୍ଷ ୭୫ ହଜାର ଟଙ୍କା ମିଳିଥିବା ବେଳେ ମୋଟ୍ ସଂପତ୍ତିର ମୂଲ୍ୟ ୨ କୋଟି ୨୧ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ଟିମ୍‌ ଆକଳନ କରିଛି। ଚଢ଼ଉରେ ୩ଜଣ ଡିଏସ୍‌ପି ଏବଂ ୭ଜଣ ଇନସ୍‌ପେକ୍ଟର ସାମିଲ୍ ହୋଇଥିଲେ।


(ସରକାରୀ କ୍ବାର୍ଟର୍ସ ଏବଂ ପୈତୃକ ଘରୁ ନଗଦ ୧ଲକ୍ଷ ୭୫ହଜାର ଟଙ୍କା ସହ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମିଳିଛି)



www. socialnewsodiaofficial.blogspot.com

Post a Comment

0 Comments