Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବେଲ ପଣାର ଉପକାରିତା: ଗ୍ରୀଷ୍ମ ଋତୁରେ ଶରୀରରେ ଜଳୀୟ ଅଂଶର ଅଭାବକୁ ପୂରଣ କରିବା ସହ ପେଟକୁ ଥଣ୍ଡା ରଖିବା ଏବଂ ଅନେକ ରୋଗରୁ ମୁକ୍ତି ଦେଇଥାଏ ବେଲ ପଣା-ବେଲ ଏପରି ଏକ ଫଳ, ଯାହା ହିନ୍ଦୁ ଦେବତା ପ୍ରଭୁ ଶିବ ଶଙ୍କରଙ୍କର ଅତ୍ୟନ୍ତ ପ୍ରିୟ ଅଟେ ।

 



10-MARCH-2022


📌


BY: SRINIBASH ROUT

ବେଲ ପଣା କାହାକୁ ବା ଭଲ ନଲାଗେ ।ଏହାର ସ୍ବାଦ ଯେପରି ବାସ୍ନା ମଧ୍ୟ ସେହିପରି । ଏତେ ସୁଗନ୍ଧ ଯୁକ୍ତ ଯେ, କେହି ଏହାକୁ ନ ଖାଇ ରହିପାରିବେନି ।ଗ୍ରୀଷ୍ମ ଦିନରେ ଏହା ରାମବାଣ ପରି କାର୍ଯ୍ୟ କରିଥାଏ ।ହିନ୍ଦୁମାନଙ୍କ ପାଇଁ ଏହାର ଧାର୍ମିକ ମହତ୍ତ୍ୱ ରହିଛି, ଏହା ବ୍ୟତୀତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।ଗ୍ରୀଷ୍ମ ଋତୁରେ ଫଳ ରସ ପିଇବା ମଧ୍ୟ ବହୁତ ଲାଭଦାୟକ ପ୍ରମାଣିତ ହୁଏ ।ତେବେ ବେଲ ହେଉଛି ଏପରି ଏକ ଫଳ ଯାହା ପେଟକୁ ଅତ୍ୟନ୍ତ ଥଣ୍ଡା ରଖିଥାଏ ।ଏହାର ରସରେ ଅତି ଚମତ୍କାରୀ ଗୁଣ ମଧ୍ୟ ଅଛି ।ଏହା କେବଳ ଗ୍ରୀଷ୍ମ ଋତୁରେ ହିଁ ଫଳିଥାଏ ।


ବେଲ ହେଉଛି ଓଡ଼ିଆ ମାନଙ୍କର ଏକ ପ୍ରିୟ ଫଳ ।ଏହାର ଗଛଠାରୁ ଆରମ୍ଭ କରି ପତ୍ର,ଫଳ ବିଶେଷ ଉପକାରୀ ।ବେଲକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିବା ସହ ଏଥିରୁ ଔଷଧ ମଧ୍ୟ ତିଆରି କରାଯାଇଥାଏ ।ଏହାକୁ ବିଶେଷ କରି ପଣା ତିଆରି କରିବାରେ ବେଶୀ ବ୍ୟବହାର କରାଯାଇଥାଏ ।ବେଲରେ ପ୍ରୋଟିନ, ବିଟାକାରୋଟିନ, ଥାୟମିନ, ରାଇବୋପ୍ଲୋବିନ ଓ ଭିଟାମିନ୍ ସି ବହୁଳ ମାତ୍ରାରେ ଥାଏ ।ଏହାର ପତ୍ର ଭଗବାନ ଶଙ୍କରଙ୍କର ଅତ୍ୟନ୍ତ ପ୍ରିୟ ।ତେବେ ଆସନ୍ତୁ ଜାଣିବା ବେଲରସ ପିଇବା ଦ୍ୱାରା ଆମକୁ କ’ଣ କ’ଣ ଫାଇଦା ମିଳିଥାଏ ।


୧. ବେଲରୁ ରସକୁ ବାହାର କରି ଏଥିରେ କିଛି ବୁନ୍ଦା ଘିଅ ମିଶାଇ ପ୍ରତିଦିନ ପିଇବା ଦ୍ୱାରା ଏହା ହାର୍ଟ ରୋଗ ଠାରୁ ଦୂରେଇ ରଖିବା ସହ ସୁଗାରକୁ ମଧ୍ୟ ନିୟନ୍ତ୍ରିତ ରଖେ ।


୨. ନିୟମିତ ବେଲପଣା ପିଇବା ଦ୍ୱାରା ଗ୍ୟାସ ସମସ୍ୟା ମଧ୍ୟ ଦୁରେଇ ରୁହେ ।


୩. ବେଲରସ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣରେ ରଖେ ।


୪. ଆୟୁର୍ବେଦ ପାଠରେ ବେଲରସ ଡାଇରିଆ ପାଇଁ ବହୁତ ଲାଭଦାୟକ ହୋଇଥାଏ ବୋଲି ଉଲ୍ଲେଖ ରହିଛି ।


୫. ବେଲରସରେ ମହୁ ମିଶାଇ ପିଇଲେ ଏସିଡିଟିରୁ ମୁକ୍ତି ମିଳିଥାଏ ।ଗରମରୁ ରକ୍ଷା ପାଇବା ପାଇଁ ମଧ୍ୟ ବେଲରସ ଏକ ସହଜ ଉପାୟ ।


୬. ପ୍ରଥମ କରି ମାତୃତ୍ୱ ଧାରଣ କରିଥିବା ମା’ଙ୍କ ପାଇଁ ମଧ୍ୟ ଏହା ବିଶେଷ ଲାଭକାରୀ ହୋଇଥାଏ, ଏହା ମା’ର ସ୍ୱାସ୍ଥ୍ୟ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।


୭. ନିୟମିତ ଭାବେ ବେଲରସ ପିଇବା ଦ୍ୱାରା ବ୍ରେଷ୍ଟ କ୍ୟାନସର ହେବାର ଆଶଙ୍କା କମ୍ ରହିଥାଏ ।


୮. ବେଲରସରେ ଅଳ୍ପ ଉଷୁମ ପାଣି ଓ ମହୁ ମିଶାଇ ପିଇଲେ ରକ୍ତ ସଫା ହୋଇଥାଏ ।

Post a Comment

0 Comments