Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ୧ ବର୍ଷ ଜେଲ୍; ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହଙ୍କ ସମେତ ମୋଟ୍ ୬ ଜଣ ଅଭିଯୁକ୍ତଙ୍କୁ ୧ ବର୍ଷ ଲେଖାଏଁ ଜେଲଦଣ୍ଡ - ୨୦୧୧ରେ ମଧ୍ୟପ୍ରଦେଶର ଉଜ୍ଜୈନରେ ହୋଇଥିବା ମାରପିଟ୍ ମାମଲା ।

 


28-MARCH-2022


📌


BY: SRINIBASH ROUT

୧୧ ବର୍ଷର ପୁରୁଣା ମାମଲା ।୨୦୧୧ରେ ମଧ୍ୟପ୍ରଦେଶର ଉଜ୍ଜୈନରେ ହୋଇଥିବା ମାରପିଟ୍ ମାମଲାରେ ଇନ୍ଦୋରର ଏକ ସ୍ୱତନ୍ତ୍ର କୋର୍ଟ ଶନିବାର ୨୬ ତାରିଖ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ, ପୂର୍ବତନ ସାଂସଦ ପ୍ରେମଚନ୍ଦ୍ର ଗୁଡ୍ଡୁଙ୍କ ସମେତ ମୋଟ୍ ୬ ଜଣ ଅଭିଯୁକ୍ତଙ୍କୁ ୧ ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଇଛନ୍ତି। ଅଦାଲତ ଏଥି ସହିତ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅବଶ୍ୟ କୋର୍ଟ ଦିଗ୍‌ବିଜୟ ସିଂହଙ୍କ ସମେତ ସମସ୍ତ ଦୋଷୀଙ୍କୁ ୨୫ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ୍ ପ୍ରଦାନ କରିଛନ୍ତି ।


ସୂଚନାଯୋଗ୍ୟ, ୨୦୧୧ରେ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ଯିବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ, ତତ୍କାଳୀନ ଉଜୈନ ସାଂସଦ ପ୍ରେମଚନ୍ଦ୍ର ଗୁଡ୍ଡୁ ଓ ସାତ ଜଣ ଅନ୍ୟ ଲୋକଙ୍କର ବିଜେପି କର୍ମୀଙ୍କ ସହିତ ବିବାଦ ହୋଇଥିଲା। ଏହି ମାମଲାରେ ବିଜେପି କର୍ମୀମାନେ ଦିଗ୍‌ବିଜୟ ସିଂହ, ପ୍ରେମଚନ୍ଦ୍ର ଗୁଡ୍ଡୁଙ୍କ ସମେତ ମୋଟ୍ ୯ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ। ଜନପ୍ରତିନିଧିଙ୍କ ଶୁଣାଣି ପାଇଁ ଗଠିତ ସ୍ୱତନ୍ତ୍ର ନ୍ୟାୟଳୟ ଇନ୍ଦୋରରେ ଶନିବାର ସେହି ମାମଲାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ, ତତ୍କାଳୀନ ସାଂସଦ ପ୍ରେମଚନ୍ଦ୍ର ଗୁଡ୍ଡୁ ସମେତ ୬ ଜଣଙ୍କୁ ଦଣ୍ଡ ମିଳିଛି। ୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷ୍ୟ ଅଭାବରୁ କୋର୍ଟ ଛାଡ଼ି ଦେଇଛନ୍ତି। 


ସ୍ଵତନ୍ତ୍ର ଜଜ୍ ମୁକେଶ ନାଥ, ଦିଗ୍‌ବିଜୟ ଏବଂ ଉଜ୍ଜୈନର ପୂର୍ବତନ ଲୋକସଭା ସାଂସଦ ପ୍ରେମଚାନ୍ଦ ଗୁଡ୍ଡୁଙ୍କୁ ଆଇପିସିର ଧାରା ୩୨୫ (ଉଦ୍ଦେଶ୍ୟମୂଳକ ଭାବେ ଗୁରୁତର ଆଘାତ କରିବା) ଏବଂ ୧୦୯ (ଆକ୍ରମଣ ପାଇଁ ଉସକାଇବା) ଅଧୀନରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଅନ୍ୟ ଚାରିଜଣ ବ୍ୟକ୍ତି – ଅନନ୍ତ ନାରାୟଣ, ଜୟ ସିଂହ ଦର୍ବାର, ଅସଲାମ ଲାଲା ଏବଂ ଦିଲୀପ ଚୌଧୁରୀ – ଧାରା ୩୨୫ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିଲେ ।



www. socialnewsodiaofficial.blogspot.com

Post a Comment

0 Comments