Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଲେମ୍ବୁ ଓ ଛତୁ ଉତ୍ପାଦନରେ ଓଡ଼ିଶା ୧ ନମ୍ବର; କରୋନା ସମୟରେ ରାଜ୍ୟରେ ବଢ଼ିଛି କୃଷି ଉତ୍ପାଦନ, ଲେମ୍ବୁ ଓ ଛତୁ ଉତ୍ପାଦନରେ ସମଗ୍ର ଦେଶରେ ଓଡ଼ିଶା ୧ ନମ୍ବର, ବାଇଗଣରେ ୨, ଚାଉଳରେ ୪ ।

 


31-MARCH-2022


📌


BY: SRINIBASH ROUT

ଓଡ଼ିଶାରେ ଅଚଳ ହୋଇ ପଡ଼ିଛି ୯୭ଟି ଶୀତଳ ଭଣ୍ଡାର ।ରାଜ୍ୟରେ ଥିବା ୧୨୩ଟି ଶୀତଳ ଭଣ୍ଡାରରୁ ୯୭ଟି ଅଚଳ ହୋଇ ପଡ଼ିଛି ବୋଲି ବୁଧବାର ୩୦ ତାରିଖ ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।ସଚଳ ଥିବା ଶୀତଳ ଭଣ୍ଡାର ମଧ୍ୟରୁ କୃଷି ବିଭାଗର ୪ ଶୀତଳ ଭଣ୍ଡାର ରହିଛି ।ଯାହାର କ୍ଷମତା ୪ ହଜାର ମେଟ୍ରିକ୍ ଟନ୍ ।ସମବାୟ ବିଭାଗ ଅଧୀନରେ ୧୮ ଟି ଶୀତଳ ଭଣ୍ଡାର ରହିଛି ।ଏଥିରୁ କେତେ ଅଚଳ ଓ କେତେ ସଚଳ ତାହାର ତଥ୍ୟ ମୋ ପାଖରେ ନାହିଁ ବୋଲି କହିଛନ୍ତି ଅରୁଣ ସାହୁ ।ମନ୍ତ୍ରୀ ପୁଣି କହିଛନ୍ତି ଯେ, ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡ଼ିଶା ହେଉଛି ଏକ ନମ୍ବର ରାଜ୍ୟ। ସେହିପରି ବାଇଗଣ ଉତ୍ପାଦନରେ ଦୁଇ ନମ୍ବରରେ ରହିଛି ଏବଂ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡ଼ିଶା ଚର୍ତୁଥ ସ୍ଥାନରେ ରହିଛି ।ବିଦେଶକୁ ୭୦୦ ମେଟ୍ରିକ୍ ଟନ୍ ଚାଉଳ ପଠା ଯାଉଥିବା ବେଳେ ଆଗକୁ ୧ ହଜାର ମେଟ୍ରିକ୍ ଟନ୍ ଚାଉଳ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।ଚଳିତ ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ଉତ୍ତର ରଖିଛନ୍ତି ।



www. socialnewsodiaofficial.blogspot.com

Post a Comment

0 Comments