Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଅବିସ୍ମରଣୀୟ ଉତ୍କଳ ଦିବସ: ଓଡ଼ିଶା ପାଇଁ ଅବିସ୍ମରଣୀୟ ଆଜିର ଦିନ, ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା - ଆମେ ପାଇଥିଲେ ପରିଚୟ - ଏହି ଦିବସ ଉପଲକ୍ଷେ ଓଡିଶାବାସୀଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ ।

 


01-APRIL-2022


📌

BY: SRINIBASH ROUT

ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠନ ହେବାର ସ୍ମୃତିକୁ ଉଜାଗର ରଖି ପ୍ରତିବର୍ଷ ଏପ୍ରିଲ୍ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି ।୧୯୩୬ରୁ ଏପ୍ରିଲ୍‌ ୧ ତାରିଖକୁ ଉତ୍କଳ ଦିବସ ବୋଲି ପାଳନ କରଯାଇଥାଏ ।ଏହି ଦିନ ନୂଆ ରାଜ୍ୟ ଭାବେ ଉତ୍କଳ (ଓଡ଼ିଶା) ଗଠନ ହୋଇଥିଲା ।କେହି କେହି ଏହାକୁ ଓଡ଼ିଶା ଦିବସ ବୋଲି ମଧ୍ୟ କହିଥାନ୍ତି ।ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ୍‌ ଶାସନରୁ ଓଡ଼ିଶା ଅଲଗା ହୋଇଥିଲା ।ଏହାକୁ ଏକ ଅଲଗା ରାଜ୍ୟ ଭାବେ ଗଢିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅନେକ ଅବଦାନ ରହିଛି ।ଏଥିପାଇଁ ଏହି ମହାପରୁଷଙ୍କ ନେତୃତ୍ୱରେ ଏକ ବିରାଟ ଆନ୍ଦୋଳନ ତେଜିଥିଲା ।ପ୍ରଥମେ ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଗଠନ କରାଯାଇଥିଲା ।ସାର୍‌ ଅଷ୍ଟିନ୍‌ ହବାକ୍‌ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବରେ ଶପଥ ନେଇଥିଲେ ।୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା ।୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା ।ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ ।


ଏକ ମହାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ମହାପୁରୁଷମାନେ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିଥିଲେ ।ବିଚ୍ଛିନ୍ନ ଓଡ଼ିଶାକୁ ଏକତ୍ର କରିବା ପାଇଁ ସେ ଯେଉଁ ଉଦ୍ୟମ କରିଥିଲେ, ତାହା ଓଡ଼ିଶାବାସୀ କେବେ ଭୁଲି ପାରିବେ ନାହିଁ ।ମାତ୍ର ଦୁଃଖର କଥା ଯେ, ଆଜକୁ ୮୪ ବର୍ଷ ତଳେ ମଧୁ ବାବୁ ଯେଉଁ ସ୍ୱପ୍ନ ନେଇ ସ୍ୱତନ୍ତ୍ର ଉତ୍କଳର ଚିନ୍ତା କରିଥିଲେ, ତାହା ପରବର୍ତ୍ତୀ ପିଢି ନଷ୍ଟଭ୍ରଷ୍ଟ କରି ଦେଇଛନ୍ତି ।ଖଣି, ଖାଦାନ, ଜଙ୍ଗଲ, ଜଳରେ ପରିପୂର୍ଣ୍ଣ ଓଡ଼ିଶା । ଓଡ଼ିଶାରେ ସବୁ ଥାଇ ମଧ୍ୟ ଆମ ରାଜ୍ୟର ଲୋକେ ଗରୀବ ହୋଇ ରହିଛନ୍ତି ।ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ଋଣରେ ବୁଡି ଗଲେଣି ।ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାରେ କାମ ମିଳୁ ନଥିବାରୁ ପେଟ ପୋଷିବା ପାଇଁ ଓଡ଼ିଆ ଲୋକ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଉଛନ୍ତି ।


ତେବେ ଏହି ଉତ୍କଳ ଦିବସ ଅବସରରେ ସମଗ୍ର ଓଡ଼ିଶାବାସୀଙ୍କୁ SOCIAL NEWS ODIA ପରିବାର ପକ୍ଷରୁ ଉତ୍କଳ ଦିବସର ହାର୍ଦ୍ଦିକ ଅଭିନନ୍ଦନ ।



https://socialnewsodiaofficial.blogspot.com

Post a Comment

0 Comments