Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୨ ବର୍ଷ ଜେଲ୍ ଦଣ୍ଡ,୫ହଜାର ଟଙ୍କା ଜରିମାନା; ସହକାରୀ କୃଷି ଯନ୍ତ୍ରୀ ପ୍ରବୀର ଚାନ୍ଦ ଦାସଙ୍କୁ ୨ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କଲେ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ - ଚାର୍ଜସିଟ୍ ଓ ସାକ୍ଷୀଙ୍କ ବୟାନକୁ ଆଧାର କରି ଭିଜିଲାନ୍ସ ଜଜ୍‌ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ।



12-MARCH-2022


📌


BY: SRINIBASH ROUT

ଲାଞ୍ଚ ନେବା ପଡ଼ିଲା ମହଙ୍ଗା..୨ ବର୍ଷ ଜେଲ୍, ୫ ହଜାର ଜରିମାନା ।ସହକାରୀ କୃଷି ଯନ୍ତ୍ରୀ ପ୍ରବୀର ଚାନ୍ଦ ଦାସଙ୍କୁ ୨ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କଲେ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍। ଏଥି ସହିତ ୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି। ଜରିମାନା ଅନାଦେୟ ଅତିରିକ୍ତ ୪ ମାସ ଜେଲ୍ ଦଣ୍ଡ ଭୋଗିବା ପାଇଁ ରାୟରେ ଉଲ୍ଲେଖ କରିଛନ୍ତି।


ପ୍ରକାଶ ଯେ, ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଗ୍ରାମର କାଳୁଚରଣ ପାତ୍ର ତାଙ୍କର ମା’ ଇନ୍ଦୁ ପାତ୍ରଙ୍କ ନାମରେ ଏକ ଗାଈ ଫାର୍ମ କରିଥିଲେ। କୃଷି ବିଭାଗ ପକ୍ଷରୁ ଗାଈ ଫାର୍ମ ନିମନ୍ତେ ମିଳୁଥିବା ଋଣ ପାଇଁ ସେ ଆବେଦନ କରିଥିଲେ। କାଳୁଚରଣ ଏଥିପାଇଁ ବ୍ଲକର ସହକାରୀ କୃଷି ଯନ୍ତ୍ରୀ ଦାସଙ୍କୁ ଭେଟି ଋଣ କରାଇ ଦେବାକୁ ଅନୁରୋଧ କରିଥିଲେ। ହେଲେ ସେ ଋଣ କରାଇ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ କାଳୁଚରଣ ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ମୁତାବକ ୨୦୧୦ ଡ଼ିସେମ୍ବର ୨୩ରେ କାଳୁଚରଣ ବ୍ରହ୍ମପୁର ଜୟପ୍ରକାଶ ନଗର ଦ୍ୱିତୀୟ ଲାଇନ୍ ରେ ରହୁଥିବା ସହକାରୀ କୃଷି ଯନ୍ତ୍ରୀଙ୍କ ବାସଭବନକୁ ଯାଇ ଲାଞ୍ଚ୍ ଟଙ୍କା ଦେବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା (ନଂ.୫୭/୧୦) ରୁଜୁ କରି ପ୍ରବୀରଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସେ ଜାମିନରେ ମୁକୁଳିଥିଲେ।ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଭିଜିଲାନ୍ସ ଇନ୍ସପେକ୍ଟର ଆର୍‌. କେ. ସୁନା କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ଶୁକ୍ରବାର (୧୧/୦୩/୨୦୨୨) ଏହି ମାମଲାର ଶୁଣାଣି ବେଳେ ପ୍ରବୀର ଦାସଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଚାର୍ଜସିଟ୍ ଓ ୬ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଭିଜିଲାନ୍ସ ଜଜ୍‌ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ଓ ମୁଦାଲାଙ୍କ ପକ୍ଷରୁ ପ୍ରସାଦ ପଟ୍ଟନାୟକ ଓ ପ୍ରଦୀପ ପାଣିଗ୍ରାହୀ ମାମଲା ପରିଚାଳନା କରିଥିଲେ। 


(ଯନ୍ତ୍ରୀ ପ୍ରବୀର ଚାନ୍ଦ ଦାସ ବର୍ତ୍ତମାନ କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀ କୃଷି କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି)



www. socialnewsodiaofficial.blogspot.com

Post a Comment

0 Comments