06-MARCH-2022
📌
BY: SRINIBASH ROUT
ଧରାହେଲେ ବନ୍ୟପ୍ରାଣୀ ତସ୍କର। ଦେବଗଡ଼ ଜିଲ୍ଲା ପୋଲିସ, ଏସ୍ଟିଏଫ ଓ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବିଭିନ୍ନ ସମୟରେ ବାଘ ଛାଲ, ହାତୀ ଦାନ୍ତ, ସ୍ନେକ ଭେନମ ଆଦି ଜବତ କରାଯାଇଥିବା ବେଳେ ଶନିବାର ୦୫ ତାରିଖ ପୁଣି ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରିଛି ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାଡ୍ ।
ଏ ସମ୍ପର୍କରେ ଦେବଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍.ପି ରାଜକିଶୋର ପାଇକରାୟଙ୍କ ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳର କେତେକ ବନ୍ୟପ୍ରାଣୀ ତସ୍କର ଦେବଗଡ଼ ଜିଲ୍ଲାରେ ଆଡ୍ଡା କରି ବନ୍ୟପ୍ରାଣୀ ତସ୍କରୀ କରୁଥିବା ସୂଚନା ପାଇ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ୱାଡ୍ ସ୍ୱତନ୍ତ୍ର ଦୃଷ୍ଟି ରଖିଥିଲା ।ଯୋଜନା ମୁତାବକ ଏସ୍ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାଡ୍ ଗ୍ରାହକ ବେଶରେ ତସ୍କର ମୟରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳର ଦିଲ୍ଲୀପ ନାୟକଙ୍କୁ ଠାରୁ ବାରକୋଟ ଥାନା ଅନ୍ତର୍ଗତ ଝୁମ୍ପୁରା ଗ୍ରାମ ଜଙ୍ଗଲ ନିକଟରେ ଏକ ଜୀବନ୍ତ ବଜ୍ରକାପ୍ତାକୁ ୧୫ ଲକ୍ଷ ଟଙ୍କାରେ ଡିଲ୍ କରିବା ବେଳେ ପୋଲିସ ଟିମ୍ ବନ୍ୟପ୍ରାଣୀ ତସ୍କର ଦିଲ୍ଲୀପକୁ କାବୁ କରିବା ସହ ତା ନିକଟରୁ ପ୍ରାୟ ୭ କେଜିରୁ ଊର୍ଦ୍ଧ୍ୱ ଓଜନର ଏକ ବଜ୍ରକାପ୍ତା ଜବତ କରିବା ସହ ଗିରଫ କରିଥିଲେ ।
ତେବେ ଗିରଫ ଦିଲ୍ଲୀପ ଗତ ବିଧାନସଭା ନିର୍ବାଚନରେ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଜେଏମ୍ଏମ୍ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ ।ବର୍ତ୍ତମାନ ବିଜେପିର ସକ୍ରିୟ ସଦସ୍ୟ ଏବଂ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ଖାସ ଲୋକ ବୋଲି ଦିଲ୍ଲୀପ ଆଲୋଚନା ବେଳେ ପ୍ରକାଶ କରିଥିଲେ ।ତେବେ ଏକ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ନିଜେ ବନ୍ୟପ୍ରାଣୀ ତସ୍କରୀ କରୁଥିବା ଖବର ଚର୍ଚ୍ଚାର ବିଷୟ ସାଜିଛି ।
www. socialnewsodiaofficial.blogspot.com
0 Comments