Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ; ବାଣପୁରରେ ସାଧାରଣ ଲୋକଙ୍କୁ ଗାଡ଼ି ଚଢାଇବା ଘଟଣା - ଆତଙ୍କ ସୃଷ୍ଟି କରିଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ବାଣପୁର ପୋଲିସ, ହସ୍ପିଟାଲରୁ ବାହାରିବା ପରେ ବିଧାୟକଙ୍କୁ ଗିରଫ କଲା ପୋଲିସ ।

 


23-MARCH-2022


📌


BY: SRINIBASH ROUT

ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରରେ ସାଧାରଣ ଲୋକଙ୍କୁ ଗାଡ଼ି ଚଢାଇବା ଘଟଣା ।ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।ହସ୍ପିଟାଲରୁ ବାହାରିବା ପରେ ବିଧାୟକଙ୍କୁ ଗିରଫ କଲା ପୋଲିସ ।ଗିରଫ ହେବା ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।ଆମ୍ବୁଲାନ୍ସ ଜରିଆରେ ପ୍ରଶାନ୍ତଙ୍କୁ ଭୁବନେଶ୍ୱର କୋର୍ଟରୁ ବାଣପୁର କୋର୍ଟକୁ ନିଆଯାଇଛି ।


ସୂଚନା ଅନୁସାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାଣପୁର ବ୍ଲକ୍ ଅଫିସ୍‌ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ଯାହାଫରେ ସାଧାରଣ ଜନତାଙ୍କ ସମେତ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ଗାଡ଼ି ମଡାଇବା ପରେ ବିଧାୟକଙ୍କୁ ତାଙ୍କ ଗାଡ଼ିରୁ ଟାଣି ଆଣି ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ ଲୋକେ ।ଲୋକଙ୍କ ମାଡ଼ରେ ଗୁରୁତର ହୋଇ ପ୍ରଶାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ମଙ୍ଗଳବାର ୨୨ ତାରିଖ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୋଲିସ ଗିରଫ କରିଛି ।ପ୍ରଶାନ୍ତଙ୍କୁ ବାଣପୁର ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।ବିଧାୟକଙ୍କୁ ପୋଲିସ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି ।



www. socialnewsodiaofficial.blogspot.com

Post a Comment

0 Comments