Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୧୪ ଭରିର ସୁନା ଚେନ୍ ଝାମ୍ପି ନେଲେ ଦୁବୃର୍ତ୍ତ; ପୁରୀରେ ମାତିଛନ୍ତି ଚୋର - ମହାଶିବରାତ୍ରୀ ରେ ଲୋକନାଥ ଦର୍ଶନ ପାଇଁ ଆସିଥିବା ବେଳେ ମନ୍ଦିର ଭିତରେ ଲୁଟର ଶିକାର ହେଲେ ମହିଳା ଭକ୍ତ, ବେକରୁ ୧୪ ଭରିର ସୁନା ଚେନ୍ ଝାମ୍ପି ନେଲେ ଦୁବୃର୍ତ୍ତ ।




01-MARCH-2022


📌


BY: SRINIBASH ROUT

ଲୁଟେରାଙ୍କ ଟାର୍ଗେଟ ରେ ଏବେ ପୁରୀ ଲୋକନାଥ ମନ୍ଦିର ।ମହାଶିବରାତ୍ରୀ ରେ ଦର୍ଶନ ପାଇଁ ଆସିଥିବା ବେଳେ ପୁରୀ ଲୋକନାଥ ମନ୍ଦିରରୁ ମହିଳାଙ୍କ ବେକରୁ ୧୪ ଭରିର ସୁନା ଚେନ୍ ଝାମ୍ପି ନେଲେ ଦୁବୃର୍ତ୍ତ ।ଲୁଟ୍ ରେ ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ବ୍ରହ୍ମଗିରି ବ୍ଲକର ସରସ୍ୱତୀ ପଲ୍ଲେଇ ।ଆଜି ଅର୍ଥାତ୍ ମଙ୍ଗଳବାର ୦୧ ତାରିଖ ଜାଗର ଯାତ୍ରା ଅବସରରେ ସରସ୍ୱତୀ ପରିବାର ସହ ଲୋକନାଥ ମନ୍ଦିର ଦର୍ଶନ ପାଇଁ ଆସିଥିଲେ ।ମନ୍ଦିର ଗମ୍ଭୀରା ଭିତରୁ ତାଙ୍କ ବେକରୁ ୧୪ ଭରୀର ସୁନା ଚେନ ଦୁବୃର୍ତ୍ତ ଲୁଟି ନେଇଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିବା ସହ ବାସେଳୀ ସାହି ଥାନା ପୋଲିସରେ ଅଭିଯୋଗ କରିଛନ୍ତି ।ସେହିପରି ବୃଦ୍ଧାଙ୍କ ବେକରୁ ଜଣେ ମହିଳା ଲୁଟେରା ଚେନ ଲୁଟ କରୁଥିବା ବେଳେ ବୃଦ୍ଧା ଜଣକ ତାଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ।ସେହିପରି ଆଉ ଜଣେ ବୃଦ୍ଧାଙ୍କ ବେକରୁ ଜଣେ ମହିଳା ଲୁଟେରା ଲୁଟ୍ କରୁଥିବା ବେଳେ ।ମହିଳା ଜଣଙ୍କ ତାଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ।ଜଗତିଂସିହପୁର ଜିଲ୍ଲାର ଅଞ୍ଚନା ପଲ୍ଲେଇ ଆଜି ଅର୍ଥାତ୍ ମଙ୍ଗଳବାର ପୁରୀ ଲୋକନାଥ ମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ।ମନ୍ଦିରରୁ ଭୋଗ କିଣୁଥିଲେ ।ତେବେ ଏହି ସମୟରେ ଜଣେ ମହିଳା ଲୁଟେରା ତାଙ୍କ ବେକରୁ ସୁନା ଚେନ ନେବା ପାଇଁ ଉଦ୍ୟମ କରୁଥିବା ବେଳେ ଅଞ୍ଜନା ସମ୍ପୃକ୍ତ ଲୁଟେରାଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି।



www. socialnewsodiaofficial.blogspot.com

Post a Comment

0 Comments