28-MARCH-2022


📌


BY: SRINIBASH ROUT

 ରବିବାର ୨୭ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା ।ଉକ୍ତ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟିର ବଜେଟ୍ କୁ ମଞ୍ଜୁରୀ ମିଳିଛି ବା ଅନୁମୋଦନ ଦିଆଯାଇଛି ।ତେବେ ଆସନ୍ତା ୩୦ ତାରିଖରେ ଗୃହରେ କାମଚଳା ବଜେଟ୍ ବିଧାନସଭାରେ ଉପସ୍ଥାପନ ହେବ ।ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ ବୋଲି ଜଣାଯାଇଛି ।ପ୍ରକାଶ ଯେ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି ।ପଞ୍ଚାୟତ ଓ ପୌର ନିର୍ବାଚନ ଲାଗି ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା ।ଶନିବାର ୨୬ ତାରିଖ ଫଳାଫଳ ପ୍ରକାଶ ସହ ଉଠିଛି ଆଦର୍ଶ ଆଚରଣ ବିଧି  ।



www. socialnewsodiaofficial.blogspot.com