Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବମ୍ବେ ହାଇକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ; ପାରିବାରିକ ସମ୍ପତ୍ତି ସମ୍ପର୍କରେ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି, ବାପ/ମା ବଞ୍ଚିଥିଲା ଯାଏ ବା ଜୀବିତ ଥିବା ପର୍ଯ୍ୟନ୍ତ ତାଙ୍କ ସମ୍ପତ୍ତି ଉପରେ ପୁଅ ଦାବି କରି ପାରିବ ନାହିଁ ।

 


20-MARCH-2022


📌


BY: SRINIBASH ROUT

ବାପା - ମା ଜୀବିତ ଥିବା ପର୍ଯ୍ୟନ୍ତ ତାଙ୍କ ସମ୍ପତ୍ତି ଉପରେ ପୁଅ ଦାବି କରି ପାରିବ ନାହିଁ । ବାପା ମା (ପିତା/ମାତା) ଜୀବିତ ଥିବା ପର୍ଯ୍ୟନ୍ତ କୌଣସି ପୁଅ ସମ୍ପତ୍ତି ଉପରେ ଦାବି କରି ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।ଯେପର୍ଯ୍ୟନ୍ତ କୌଣସି ଘର ମା ବାପା ନାଁରେ ଅଛି ସେପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ସେ ଘର ଉପରେ ନିଜର ଦାବି ଉପସ୍ଥାପନ କରି ପାରିବେ ନାହିଁ ।ସେମାନେ ଏହାକୁ କାହାକୁ ଦେବେ କି ବିକିବେ ସେ ନିଷ୍ପତ୍ତି ସେଇମାନେ ହିଁ କରି ପାରିବେ ।ବାସ୍ତବରେ ଜଣେ ପୁଅ ତାଙ୍କ ମା’ଙ୍କୁ ଦୁଇଟି ଫ୍ଲାଟ୍ ବିକ୍ରୟରୁ ନିବୃତ୍ତ କରିବାକୁ ଯାଇ ହାଇକୋର୍ଟରେ ଆବେଦନ କରିଥିଲେ ।ଏହି ବ୍ୟକ୍ତିର ପିତା ବା ବାପା ଗତ କିଛି ବର୍ଷ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ଏକ ଭେଜିଟେଟିଭ ଅବସ୍ଥାରେ ଅଛନ୍ତି ।ଡ଼ାକ୍ତରୀ ଭାଷାରେ, ସେ ଏକ ଉପାୟରେ କୋମାରେ ଅଛନ୍ତି ।ଏଭଳି ପରିସ୍ଥିତିରେ ହାଇକୋର୍ଟ ଗତ ବର୍ଷ ତାଙ୍କ ମା’ଙ୍କୁ ପରିବାର ଚଳାଇବା ପାଇଁ ଆଇନ ଗତ ଅଧିକାର ଦେଇଥିଲେ ।ତାହା ହେଉଛି, ଯଦି ସେ ଚାହାଁନ୍ତି, ତେବେ ସେ ସ୍ୱାମୀଙ୍କ ଚିକିତ୍ସା ପାଇଁ ଯେକୌଣସି ସମ୍ପତ୍ତି ବିକ୍ରି କରିପାରିବେ ।


ବାପାଙ୍କୁ ବିଧି ସଂରକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ ହୋଇଥିବା ପୁଅର ଆବେଦନକୁ ହାଇକୋର୍ଟ ଶୁଣାଣି ପାଇଁ ଖାରଜ କରିଦେଇଛନ୍ତି। ଜଷ୍ଟିସ୍‌ ଗୌତମ ପଟେଲ ଏବଂ ଜଷ୍ଟିସ୍‌ ମାଧବ ଜାମଦାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।ମାମଲା ଏଇଆ ଥିଲା ଯେ ମା ଘର ବିକି ଦେବାକୁ ଚାହୁଁଥିବା ବେଳେ ପୁଅ ତାଙ୍କ ବିରୁଦ୍ଧରେ ହାଇକୋର୍ଟକୁ ଯାଇଥିଲେ ।ତେବେ କେସ୍‌ କରିଥିବା ପୁଅର ବାପା ଅନେକ ବର୍ଷ ହେଲା କୋମାରେ ଅଛନ୍ତି। ତାଙ୍କ ଚିକିତ୍ସା ପାଇଁ ବହୁତ ଖର୍ଚ୍ଚ ହେଉଛି । ତେଣୁ ତାଙ୍କ ମା ଘର ବିକି ନିଜ ସ୍ୱାମୀଙ୍କ ଚିକତ୍ସା କରିବାକୁ ଚାହୁଁଛନ୍ତି ।ଯାହାକୁ ବିରୋଧ କରି ପୁଅ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।ହାଇକୋର୍ଟ ଏହି ମାମଲାର ଶୁଣାଣି କରି କହିଲେ କି ବାପା ମା’ଙ୍କ ସମ୍ପତ୍ତି ଉପରେ କେବଳ ସେଇମାନେ ହିଁ ନିଷ୍ପତ୍ତି ନେଇ ପାରିବେ ।ସେମାନେ ବଞ୍ଚିଥିବା ଯାଏ ପୁଅ ସେହି ସମ୍ପତ୍ତି ଉପରେ କୌଣସି ଅଧିକାର ସାବ୍ୟସ୍ତ କରି ପାରିବ ନାହିଁ । 


ଖଣ୍ଡପୀଠ କହିଛନ୍ତି, ଏ ମାମଲାରେ ପୁଅ ସେପରି କିଛି ପ୍ରମାଣ ଉପସ୍ଥାପନ କରିନାହାନ୍ତି, ଯାହା ଦର୍ଶାଉଛି ଯେ ସେ ନିଜ ବାପାଙ୍କ ଯତ୍ନ ପାଇଁ ଚିନ୍ତିତ ନୁହେଁ। ତେଣୁ ପୁଅର ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।


ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ଏହି ମାମଲାରେ ପୁଅ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ତାହା ତାଙ୍କ ପ୍ରକୃତ ସ୍ୱଭାବ ଓ ହୃଦୟହୀନ ସ୍ୱଭାବକୁ ପ୍ରତିଫଳିତ କରୁଛି। ପିଟିସନ ବିଚାରାଧୀନ ଥିବାରୁ ମା’ଙ୍କୁ ତାଙ୍କ ସ୍ୱାମୀଙ୍କ ଚିକିତ୍ସା ପାଇଁ ବ୍ୟାଙ୍କ୍ ଆକାଉଣ୍ଟ୍ ଚଳାଇବା ଏବଂ ଫ୍ଲାଟ୍ ବିକ୍ରି ପାଇଁ ଆଲୋଚନା କରିବାକୁ ମଧ୍ୟ ଖଣ୍ଡପୀଠ ଅନୁମତି ଦେଇଛନ୍ତି।




www. socialnewsodiaofficial.blogspot.com

Post a Comment

0 Comments