Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

କୋଭିଡ୍-୧୯ ସଂଯୋଜକ ହେବେ ଡ଼କ୍ଟର ଆଶିଷ ଝା; ଭାରତୀୟ-ଆମେରିକାର ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଡ଼କ୍ଟର ଆଶିଷ ଝା ଆସନ୍ତା ମାସରେ ରାଷ୍ଟ୍ରପତି ଜୋ ବିଡେନଙ୍କ କୋଭିଡ୍ ପ୍ରତିକ୍ରିୟା ସଂଯୋଜକ ଭାବରେ ଦାୟିତ୍ଵ ଗ୍ରହଣ କରିବେ


 

20-MARCH-2022


📌


BY: SRINIBASH ROUT

କୋଭିଡ୍-୧୯ର ସଂଯୋଜକ ଭାବେ ଦାୟିତ୍ୱ ଗ୍ରହଣ କରିବେ ଡ଼କ୍ଟର ଆଶିଷ ଝା ।ଭାରତୀୟ-ଆମେରିକାର ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଡ଼କ୍ଟର ଆଶିଷ ଝା ଆସନ୍ତା ମାସରେ ରାଷ୍ଟ୍ରପତି ଜୋ ବିଡେନଙ୍କ କୋଭିଡ୍-୧୯ର ପ୍ରତିକ୍ରିୟା ସଂଯୋଜକ ଭାବରେ ଦାୟିତ୍ୱ ଗ୍ରହଣ କରିବେ ।ସଂଯୋଜକ ନାଟାଲୀ କ୍ୱିଲିଆନ ଆସନ୍ତା ମାସରେ ପ୍ରଶାସନ ଛାଡୁଛନ୍ତି ।ହ୍ବାଇଟ ହାଉସ୍ ପକ୍ଷରୁ ଏହି ଘୋଷଣା କରାଯାଇଛି ।ହ୍ବାଇଟ ହାଉସ୍ କହିଛି ଯେ, ବିଡେନଙ୍କ କୋଭିଡ୍-୧୯ ସଂଯୋଜକ ଜେଫ ଜେଣ୍ଟସ ଏବଂ ଡେପୁଟି ସଂଯୋଜକ ନତାଲୀ କ୍ୱିଲିଆନ ଆସନ୍ତା ମାସରେ ପ୍ରଶାସନ ଛାଡ଼ିବେ। ଝା’ଙ୍କ କାର୍ଯ୍ୟକୁ ଆମେରିକାରେ ପ୍ରଶଂସା କରାଯାଇଛି। ଝା ବ୍ରାଉନ୍ ୟୁନିଭରସିଟି ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥର ଡିନ୍। ବିଡେନ କହିଛନ୍ତି ଯେ, ଯେତେବେଳେ ଆମେ ମହାମାରୀର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁ, କୋଭିଡ୍-୧୯ର ପ୍ରସ୍ତୁତି ଏବଂ କୋଭିଡ୍‌ ବିପଦ ପରିଚାଳନା ପାଇଁ ଡ଼କ୍ଟର ଝା ଏହି କାର୍ଯ୍ୟ ପାଇଁ ପ୍ରକୃତ ବା ଉଚିତ୍ ବ୍ୟକ୍ତି ଅଟନ୍ତି ।


କୋଭିଡ୍ ସହ ମୁକାବିଲା ପାଇଁ ଆମେରିକା ନିରନ୍ତର ଉଦ୍ୟମକୁ ଆଗେଇ ନେଉଛି ବୋଲି ବିଡେନ ଉଲ୍ଲେଖ କରିଛନ୍ତି ।ଆମେରିକା ଅନ୍ୟ ଦେଶ ଅପେକ୍ଷା ବିଦେଶକୁ ଅଧିକ ମାଗଣା ଟିକା ପ୍ରଦାନ କରୁଛି।



www. socialnewsodiaofficial.blogspot.com

Post a Comment

0 Comments