01-APRIL-2022
📌
BY: SRINIBASH ROUT
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ବାସଭବନ ଗେଟ୍ ନିକଟରେ ଗତ ବୁଧବାର ୩୦ ତାରିଖ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ଥିବା ୮ଜଣ ବ୍ୟକ୍ତିଙ୍କୁ ଗୁରୁବାର ୩୧ ତାରିଖ ଦିଲ୍ଲୀ ପୋଲିସ ଗିରଫ କରିଛି। ଏଥିରେ ଜଡ଼ିତ ଥିବା ଆହୁରି କିଛି ବ୍ୟକ୍ତିଙ୍କୁ ପୋଲିସ ଖୋଜୁଛି। ଏଥିପାଇଁ ଦିଲ୍ଲୀ ପୋଲିସର ୬ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ସୂଚନାଯୋଗ୍ୟ ଯେ, କାଶ୍ମୀର ଫାଇଲ ବିଷୟରେ ଦିଲ୍ଲୀ ବିଧାନସଭାରେ ଦିଆଯାଇଥିବା ବିବୃତ୍ତି ସମ୍ପର୍କରେ ବୁଧବାର ସକାଳେ ଭାଜପା ଯୁବ ମୋର୍ଚ୍ଚା ର କର୍ମୀମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଙ୍କ ଘର ବାହାରେ ପ୍ରଦର୍ଶନ କରିଥିଲେ। ଧାରଣା ଏବଂ ସ୍ଲୋଗାନ ଦେଇ କାର୍ଯ୍ୟକର୍ତ୍ତାମାନେ ହଠାତ୍ ବ୍ୟାରିକେଡ୍ ଭାଙ୍ଗି ଗେଟ୍ ଆଗକୁ ପହଁଞ୍ଚିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଫାଟକରେ ଲଗାଯାଇଥିବା ସିସିଟିଭି କ୍ୟାମେରା ଭାଙ୍ଗି ଦେଇଥିଲେ। କିଛି ଲୋକ ମୁଖ୍ୟମନ୍ତ୍ରୀ ବାସଭବନ ଫାଟକ ଉପରେ ଗେରୁଆ ରଙ୍ଗରେ ରଙ୍ଗେଇ ଦେଇଥିଲେ ।ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆକ୍ରମଣ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପିକୁ ଦାୟୀ କରିଛନ୍ତି। ଅରବିନ୍ଦ କେଜ୍ରିୱାଲ୍ ଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟ ଜଣେ ଆପ୍ ନେତା ସୌରଭ ଭରଦୱାଜ୍ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଙ୍କୁ ବିଜେପି ହତ୍ୟା ପାଇଁ ଯୋଜନା କରିଥିବା ସେ ଅଭିଯୋଗ ଆଣିଛନ୍ତି।
ଅପରପକ୍ଷରେ ପୋଲିସ ସୁଚିନ୍ତିତ ଭାବେ ବିଜେପି କର୍ମୀଙ୍କୁ କୋହଳ ଦେଉଥିବାର ଅଭିଯୋଗ ହୋଇଥିଲା। କିନ୍ତୁ ବର୍ତ୍ତମାନ ପୋଲିସ ସିସିଟିଭି ଏବଂ ଭିଡ଼ିଓ ଫୁଟେଜ ଆଧାରରେ ସେମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି।
www. socialnewsodiaofficial.blogspot.com
0 Comments