22-MARCH-2022
📌
BY: SRINIBASH ROUT
ଆଗକୁ ଆହୁରି ଭୟଙ୍କର ହୋଇପାରେ କରୋନା ।ଅନେକ ଦେଶରେ ପୁଣି କରୋନା ମାମଲା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୧୧ ଲକ୍ଷ ରୁ ଅଧିକ କରୋନା ରିପୋର୍ଟ୍ ପ୍ରକାଶ ପାଇଛି ।କେବଳ ସେତିକି ନୁହେଁ ଏହି ସମୟ ମଧ୍ୟରେ ମହାମାରୀ ଯୋଗୁଁ ୨୯୧୭ ଲୋକ ପ୍ରାଣ ହରାଇଛନ୍ତି ।ଦୁନିଆର ସବୁଠାରୁ ଅଧିକ ପ୍ରଭାବିତ ଦେଶ ବିଷୟରେ କହିବାକୁ ଗଲେ ଦକ୍ଷିଣ କୋରିଆରେ ସର୍ବାଧିକ କରୋନା ମାମଲା ସାମ୍ନାକୁ ଆସିଛି ।ଗତ ୨୪ ଘଣ୍ଟା ମଧ୍ୟରେ ସାଉଥ୍ କୋରିଆରେ ୩.୩୪ ଲକ୍ଷ କରୋନା ମାମଲା ସାମ୍ନାକୁ ଆସିଛି ।ଗତ ତିନି ଦିନ ମଧ୍ୟରେ ସେଠାରେ ୧୧ ଲକ୍ଷ କରୋନା ମାମଲା ଦେଖିବାକୁ ମିଳିଛି ।ଅନ୍ୟପକ୍ଷରେ କରୋନା କାରଣରୁ ଚୀନର ସ୍ଥିତି ଅନିୟନ୍ତ୍ରିତ ହୋଇପଡିଛି ।ଏଭଳି ପରିସ୍ଥିତିରେ ଅନେକ ସ୍ଥାନରେ ପ୍ରତିବନ୍ଧକ ଘୋଷଣା କରାଯାଇଛି ।ମାର୍ଚ୍ଚ ୨୦ ରେ ସାଉଥ କୋରିଆରେ ୩୩୪୭୦୮ ଟି କରୋନା ମାମଲା ଦେଖିବାକୁ ମିଳିଥିଲା ।ଗତ ତିନି ଦିନ ମଧ୍ୟରେ ସାଉଥ କୋରିଆରେ ୯୦୦ ଜଣ କରୋନା ରେ ପ୍ରାଣ ହରାଇଛନ୍ତି ।
ବିଶେଷଜ୍ଞ ଙ୍କ କହିବା ଅନୁଯାୟୀ ଭାରତରେ ଭବିଷ୍ୟତରେ ଆସିବାକୁ ଥିବା କରୋନା ର ନୂତନ ଭାରିଅଣ୍ଟ ଭାରତୀୟ ମାନଙ୍କ ପାଇଁ ବିପଦଜନକ ହେବ ।ଭାରତରେ ଟୀକାକରଣ ପ୍ରକ୍ରିୟା ତ୍ୱରାନିତ ରହିଛି । AIIMS ବିଶେଷଜ୍ଞ ତଥା କୋଭାକ୍ସିନ୍ ଟ୍ରାଏଲର ମୁଖ୍ୟ ଡ Dr ସଞ୍ଜୟ ରାୟ କହିଛନ୍ତି ଯେ SARS-CoV-2 ହେଉଛି ଏକ RNA ଜୀବାଣୁ ।ଏଥିରେ ମ୍ୟୁଟେସନ୍ ହେବାକୁ ବାଧ୍ୟ ।ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦୦ ଟି ପରିବର୍ତ୍ତନ ହୋଇଛି ।କେବଳ ଭାରିଅଣ୍ଟ ଚିନ୍ତା ବଢାଇ ଦେଇଛି ।ଡ଼କ୍ଟର ରାୟ କହିଛନ୍ତି ଯେ ଗତ ବର୍ଷ କରୋନାର ଦ୍ୱିତୀୟ ତରଙ୍ଗ ଭାରତ ପାଇଁ ବିପର୍ଯ୍ୟସ୍ତ ପ୍ରମାଣିତ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହା ହେଉଛି ଆମର ମୁଖ୍ୟ ଶକ୍ତି ।ସେହି ପ୍ରାକୃତିକ ସଂକ୍ରମଣ ଭଲ ଏବଂ ଦୀର୍ଘ ସମୟର ସୁରକ୍ଷା ପ୍ରଦାନ କରିଥାଏ ।ଏହା ସହିତ ଭାରତରେ ବହୁ ସଂଖ୍ୟକ ଟୀକାକରଣ କରାଯାଉଛି ।
www. socialnewsodiaofficial.blogspot.com
0 Comments