Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ମାନସ ସ୍ୱାଇଁ ହତ୍ୟା ମାମଲା; ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା, ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ - କ୍ରାଇମବ୍ରାଞ୍ଚ୍ ଟିମ୍ ଉଭୟଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଗିରଫ କରିଛି ।

 


28-MARCH-2022


📌


BY: SRINIBASH ROUT

କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲା ।ଗିରଫ ହେଲା ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ।ଭଦ୍ରକ ନଳାଙ୍ଗରୁ ଶର୍ମିଷ୍ଠା ଗିରଫ ।ଶର୍ମିଷ୍ଠାର ସହଯୋଗୀ ଝୁନା ଭୋଇ ମଧ୍ୟ ଗିରଫ ।ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚ୍ ମିଳିତ ଉଦ୍ୟମରେ ଉଭୟଙ୍କୁ ଗିରଫ କରାଯାଇଛି ।ସୂଚନା ଅନୁସାରେ ଉଭୟଙ୍କୁ ଆଜି ଅର୍ଥାତ୍ ୨୮ ତାରିଖ ଚାନ୍ଦବାଲି JMFC କୋର୍ଟରେ ହାଜର କରାଯିବ ।ସେମାନଙ୍କ ଠାରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ପୋଲିସ ୧୦ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ବୋଲି ଜଣାପଡ଼ିଛି ।ଅନ୍ୟ ୫ ଅଭିଯୁକ୍ତଙ୍କ ସହ ୧୦ ଦିନ ରିମାଣ୍ଡ ପାଇଁ ଆବେଦନ ହେବ ।ଖବର ଅନୁଯାୟୀ, ମାନସ ସ୍ୱାଇଁ ହତ୍ୟା ଘଟଣାରେ ତଦନ୍ତ ଭାର ଏବେ କ୍ରାଇମବ୍ରାଞ୍ଚ୍ ପାଖରେ ।ହତ୍ୟା ମାମଲାର ଟିକିନିଖି ଯାଞ୍ଚ୍ କରୁଛି କ୍ରାଇମବ୍ରାଞ୍ଚ୍। ଏହି କ୍ରମରେ ରବିବାର ୨୭ ତାରିଖ କ୍ରାଇମବ୍ରାଞ୍ଚ୍ ଏକ ଟିମ୍‌ ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମକୁ ଯାଇ ତଦନ୍ତ ଆରମ୍ଭ କରିଥିଲା ।କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ଙ୍କୁ କେମିତି ହତ୍ୟା କରାଯାଇଥିଲା ।ମୃତ ଦେହକୁ କିଭଳି କାର ପର୍ଯ୍ୟନ୍ତ ନେଇଥିଲେ ହତ୍ୟାକାରୀ ।ଯେଉଁ ରୁମରେ ମାନସଙ୍କୁ ମାଡ଼ ମରାଯାଇଥିଲା ଏବଂ ହତ୍ୟା କରାଯାଇଥିଲା ସେଠାରେ ଛାନଭିନ୍ କରିଛି ତଦନ୍ତକାରୀ ଟିମ୍ ।କେମତି ରଚା ଯାଇଥିଲା ମର୍ଡର ପ୍ଲଟ୍? କିଭଳି କରାଯାଇଥିଲା ମାନସ ସ୍ବାଇଁଙ୍କୁ ହତ୍ୟା? ସେନେଇ ଖିଅ ଖୋଜିଥିଲା ଟିମ୍ ।ଭୁବନେଶ୍ୱରରେ ଯାଞ୍ଚ୍ କରିବା ପରେ ରଣପୁର ବଧିପାଟଣାରେ ବି ଯାଞ୍ଚ୍ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ଫୋକସରେ ଆଶ୍ରମର ଲେଡି କେୟାର ଟେକର, ଦିଲ୍ଲୀପ ଖଟେଇ, ସ୍କାଏ ଟାଓ୍ବାର ସିକ୍ୟୁରିଟି ଗାର୍ଡ ଓ ମାନସର ନାବାଳକ ସହଯୋଗୀ ।ଆଶ୍ରମର ଲେଡି କେୟାର ଟେକର କ୍ରାଇମବ୍ରାଞ୍ଚ୍ ପାଇଁ ବଡ଼ ସାକ୍ଷୀ ।



www. socialnewsodiaofficial.blogspot.com

Post a Comment

0 Comments