09-MARCH-2022
📌
BY: SRINIBASH ROUT
ମାଓବାଦୀଙ୍କ ସହ ଯୋଗାଯୋଗ ଓ ସେମାନଙ୍କୁ ମାଓ ସାମଗ୍ରୀ ଯୋଗାଇବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଳାହାଣ୍ଡି ପୋଲିସ ।ଗିରଫ ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଲାଞ୍ଜିଗଡ଼ ରୋଡ଼ ଗାଁର କବି ଓରଫ ପ୍ରବୀଣ କୁମାର ରାଉତ (୪୯), ପ୍ରତିଦାନ ରାଉତ (୨୦) ଓ ଶକ୍ତିସାମନ୍ତ ଦଳବେହେରା (୨୯) ବୋଲି ଜଣାପଡ଼ିଛି। ନର୍ଲା ପୋଲିସ କହିବା ଅନୁସାରେ, ଲାଞ୍ଜିଗଡ଼ରୋଡ଼ର ପ୍ରବୀଣ କୁମାର ରାଉତ ତାଙ୍କ ପୁଅ ଓ ଭଣଜାଙ୍କୁ ନକ୍ସଲ ସଂଗଠନକୁ ସମର୍ଥନ ସହିତ ଅସ୍ତ୍ରଶସ୍ତ୍ର ଯୋଗାଣ, ପାଣ୍ଠି ଯୋଗାଡ଼ ଆଦି ଅଭିଯୋଗରେ ନର୍ଲା ପୋଲିସ ପକ୍ଷରୁ ତିନିଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯିବା ପରେ ପ୍ରବୀଣ ରାଉତ ନକ୍ସଲ ସଂଗଠନ ସହିତ ସଂପର୍କ ରଖି ଜଣେ ମିଲିସିଆ ଭାବେ କାର୍ଯ୍ୟ କରୁଥିଲେ ।ତେବେ ସେ ନିଜେ ନକ୍ସଲ ସଂଗଠନ ସହିତ ସଂପୃକ୍ତ ଥାଇପାରନ୍ତି କିନ୍ତୁ ତାଙ୍କ ପୁଅ ଓ ଭଣଜା ଏଥିରେ ସଂପୃକ୍ତ ଅଛନ୍ତି କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ ।ଏନେଇ ନର୍ଲା ଥାନା ପକ୍ଷରୁ ସେମାନଙ୍କ ବିରୋଧରେ କେସ୍ ନଂ ୩୦ରେ ଏକ ମାମଲା ରୁଜୁ କରାଯାଇ ସେମାନଙ୍କଠାରୁ ଦୁଇଟି ଓ୍ବାକି ଟକି, ୮ଟି ମୋବାଇଲ୍ ଫୋନ୍ ଓ ଚାର୍ଜାର ଜବତ କରାଯାଇଛି।
ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତଦନ୍ତ ଜାରି ରଖିଛି ନର୍ଲା ଥାନା POLICE ।ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିବା ମାଓବାଦୀଙ୍କ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟିର ଗତିବିଧି ସାମାନ୍ୟ ହ୍ରାସ ପାଇଥିବାବେଳେ ଏବେ ବଲାଙ୍ଗୀର, କନ୍ଧମାଳ ସୀମାନ୍ତ ଦେଇ କଳାହାଣ୍ଡି ଜିଲ୍ଲାରେ ଧିରେ ଧିରେ ନିଜର ପତିଆରା ଜାହିର ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ମାଓବାଦୀଙ୍କ କେକେବିଏନ୍ ଡ଼ିଭିଜନ ।ଏହି ଡିଭିଜନ ଦ୍ୱାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା ।
www. socialnewsodiaofficial.blogspot.com
0 Comments