Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; ଗ୍ରାମ୍ୟ ପୂର୍ତ୍ତ ବିଭାଗ ଇଲେକ୍ଟ୍ରିକାଲ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ, ଘରୁ ନଗଦ ୧୬.୭୦ ଲକ୍ଷ ଟଙ୍କା ଜବତ - ସର୍ଚ୍ଚ ଓ୍ୱାରେଣ୍ଟ ଦେଖାଇବା ସତ୍ତ୍ୱେ ଘର ଭିତରକୁ ଭିଜିଲାନ୍ସ ଟିମ୍‌କୁ ଛାଡ଼ି ନଥିଲେ ବାପ ଓ ପୁଅ ।

 


09-MARCH-2022


📌


BY: SRINIBASH ROUT

କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ପୂର୍ତ୍ତ ବିଭାଗ ଇଲେକ୍ଟ୍ରିକାଲ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଆଜି ଅର୍ଥାତ୍ ବୁଧବାର ୦୯ ତାରିଖ ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି ।ଚଢ଼ାଉ ବେଳେ ଯନ୍ତ୍ରୀଙ୍କ ଘରୁ ନଗଦ ଘରୁ ନଗଦ ୧୬ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ଚଢାଉ ଜାରି ରହିଛି।


ଯନ୍ତ୍ରୀଙ୍କ ବ୍ରହ୍ମପୁର ଆମ୍ବପୁଅ ସ୍ଥିତ କାର୍ଯ୍ୟାଳୟ ସମେତ, ବ୍ରହ୍ମପୁର ଗଜପତିନଗରରେ ଥିବା ୨ଟି ବିଲ୍ଡିଂ, ଭୁବନେଶ୍ୱର ଏମ୍ସ ନଗରରେ ଥିବା ଘର, ଛତ୍ରପୁରରେ ପୈତୃକ ଘର ଓ ବ୍ରହ୍ମପୁର ଅଫିସରେ ଚଢ଼ାଇ ଜାରି ରହିଛି ।ଚଢ଼ାଉ ବେଳେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ ଓ ତାଙ୍କ ପୁଅ ଭିଜିଲାନ୍ସକୁ ସହଯୋଗ କରି ନଥିବା ଅଭିଯୋଗ ହୋଇଛି ।ସର୍ଚ୍ଚ ଓ୍ୱାରେଣ୍ଟ ଦେଖାଇବା ସତ୍ତ୍ୱେ ଘର ଭିତରକୁ ଭିଜିଲାନ୍ସ ଟିମ୍‌କୁ ଛାଡ଼ି ନଥିଲେ ବାପ ଓ ପୁଅ । ବ୍ରହ୍ମପୁରରେ ଜଗନ୍ନାଥ ସେଠୀ ଓ ଭୁବନେଶ୍ୱର ଘରେ ତାଙ୍କ ପୁଅ ଭିତରୁ କବାଟ ଖୋଲି ନଥିଲେ ।କବାଟ ଭାଙ୍ଗି ଭିତରକୁ ପଶିଥିଲେ ଅଧିକାରୀ ।ଉଭୟଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଚଢ଼ାଉରେ ଭିଜିଲାନ୍ସ ବିଭାଗର ଜଣେ ଅତିରିକ୍ତ ଏସ୍.ପି, ୪ ଜଣ ଡି.ଏସ୍.ପି, ୧୦ ଜଣ ଇନ୍ସପେକ୍ଟର ସାମିଲ୍ ଅଛନ୍ତି ।ଚଢ଼ାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।



www. socialnewsodiaofficial.blogspot.com

Post a Comment

0 Comments