28-MARCH-2022
📌
BY: SRINIBASH ROUT
ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠ୍ଙ୍କ ରବିବାର ୨୭ ତାରିଖ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ବରପାଲି ମାଟିରେ ଜନ୍ମ ହୋଇଥିବା ସ୍ବର୍ଗତ ସେଠ୍ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ ତଥା ସୋନିଆ ଗାନ୍ଧୀଙ୍କ ଅତି ପ୍ରିୟ ଭାଜନ ହୋଇଥିଲେ ।ସେ ପ୍ରଥମେ ବରପାଲି ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଓ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକି ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ଦାୟିତ୍ବ ତୁଲାଇ ଥିଲେ। ଗତ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ସେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଥିଲେ ।ଶନିବାର ୨୬ ତାରିଖ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ତାଙ୍କୁ ବରପାଲିର ଏକ ଘରୋଇ ଡ଼ାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଦେହାନ୍ତରେ ଜିଲ୍ଲାରେ ଶୋକରଛାୟା ଖେଳିଯାଇଛି ।
ସେତେବେଳେ ଜଣେ ଟାଣୁଆ ପ୍ରଭାବ ଶାଳୀ ନେତା ଭାବରେ ସାରା ଓଡ଼ିଶାରେ ତାଙ୍କର ନାଁ ଥିଲେ ମଧ୍ଯ ଲୋକଙ୍କ ପ୍ରତି ତାଙ୍କର ବ୍ୟବହାର ଅତି ସାଧାରଣ ଥିଲା ।
ବରଗଡ଼ ଜିଲ୍ଲା ବରପାଲି ନିବାସୀ ସ୍ଵର୍ଗତ୍ ସେଠ୍ କଂଗ୍ରେସରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୧୯୯୫ ବିଧାନସଭା ନିର୍ବାଚନରେ ବିଜେପୁର ଆସନରୁ ନିର୍ବାଚିତ ହେବା ସହିତ ତତ୍କାଳୀନ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଶିକ୍ଷାମନ୍ତ୍ରୀ ଥିଲେ ।
www. socialnewsodiaofficial.blogspot.com
0 Comments