10-MARCH-2022
📌
BY: SRINIBASH ROUT
ନିର୍ମାଣ ହେଉଥିବା ପିଚୁ ରାସ୍ତାକୁ ଯଦି କୌଣସି ବ୍ୟକ୍ତି ହାତରେ ଖୋଳନ୍ତି, ତେବେ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ସାମଲ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସତର୍କ କରାଇଛନ୍ତି ।
ମୁଖ୍ୟଯନ୍ତ୍ରୀ ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ, ବିଗତ କିଛି ମାସ ହେଲା ନୂଆ କରି ତିଆରି ହୋଇଥିବା ରାସ୍ତାରୁ ପିଚୁ ସ୍ତରକୁ କିଛି ଲୋକ ହାତରେ ଖୋଳି ବାହାର କରୁଛନ୍ତି ।ଏହା ନିମ୍ନମାନର କାର୍ଯ୍ୟ ବୋଲି ଅଭିଯୋଗ କରି ଆସୁଛନ୍ତି ।ଏହା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଛି ।ଏହା ରାଜ୍ୟର ଅନ୍ୟାନ୍ୟ ସ୍ଥାନକୁ ବ୍ୟାପିବାରେ ଲାଗିଛି ।ବିଭାଗ ଜନସାଧାରଣଙ୍କୁ ବିଶ୍ବାସ ଦେବାକୁ ଚାହୁଁଛି ଯେ କୌଣସି ପ୍ରକାର ନିମ୍ନମାନର କାମକୁ ପ୍ରଶୟ ଦେବାର ସମ୍ଭାବନା ଆଦୌ ନାହିଁ ।ଯଦି କୌଣସି ଠାରେ କାର୍ଯ୍ୟ ନିମ୍ନମାନର ନଜରକୁ ଆସୁଛି ।ତୁରନ୍ତ ତାହାର ମାନ ଯାଞ୍ଚ୍ କରାଯାଇ ଠିକାଦାରଙ୍କ ନିଜସ୍ବ ଖର୍ଚ୍ଚରେ ପୁନଃ ନିର୍ମାଣ ଓ ମରାମତି କରାଯାଉଛି ।ଏହା ମଧ୍ୟ ସାଧାରଣ ଲୋକଙ୍କ ଦୃଷ୍ଟିକୁ ଆସୁଥିବ ।ପିଚୁ ରାସ୍ତା ବିଷୟରେ ବିଭାଗ ଜଣାଇଦେବାକୁ ଚାହେଁ ଯେ, ସଦ୍ୟ ପ୍ରସ୍ତୁତ ପିଚୁସ୍ତରଟି ନିର୍ମାଣର ପ୍ରାୟ ଏକ ମାସ ପର୍ୟ୍ୟନ୍ତ ନମନୀୟ ଓ ଭଙ୍ଗୁର ହୋଇଥିବାରୁ ଏହାକୁ ସହଜରେ ହାତରେ ବାହାର କରାଯାଇପାରିବ ।କାରଣ ପିଚୁ ନମନୀୟ ଓ ତରଳ ।ଏହା ଫେବିକଲ ଅଠାଭଳି ନୁହେଁ ଯେ ସଂଗେ ସଂଗେ ନିମ୍ନସ୍ଥ ମେଟାଲ ସ୍ତର କିମ୍ବା ପୁରୁଣା ପିଚୁ ସ୍ତର ସହିତ ଦୃଢ଼ ଭାବେ ଲାଗିଯିବ ।ମାନ ଯାଞ୍ଚ୍ କାରୀ ଦ୍ବାରା ଯାଞ୍ଚ୍ କଲାବେଳେ ଅନେକ କ୍ଷେତ୍ରରେ ଦେଖାଯାଉଛି ଯେ ବ୍ୟବହୃତ ପିଚୁର ପରିମାଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ନିର୍ମାଣ ସାମଗ୍ରୀର ଗୁଣବତ୍ତା ସନ୍ତୋଷ ଜନକ ରହୁଛି ।ପିଚୁ ମିଶା ସ୍ତରରେ ମୋଟେଇ ମଧ୍ୟ ଆବଶ୍ୟକ ଅନୁସାରେ ରହୁଛି ।
ଏପରି ସ୍ଥଳେ ଠିକାଦାରମାନେ ଅଯଥା କ୍ଷତିଗ୍ରସ୍ତ ଓ ହଇରାଣ ହେବା ସହିତ ଆଇନ୍ର ମଧ୍ୟ ଆଶ୍ରୟ ନେଉଛନ୍ତି ।ଫଳରେ ଉତ୍ତେଜନାମୂକଳ ଓ ଆଇନ୍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ।କେତେକ କ୍ଷେତ୍ରରେ ଦେଖାଯାଉଛି ଯେ କିଛି ନ୍ୟସ୍ତ ସ୍ୱାର୍ଥ ଓ ଅସାମାଜିକ ଲୋକେ ନିଜର ସ୍ବାର୍ଥ ସାଧନ ଓ ମନ୍ଦ ଉଦ୍ଦେଶ୍ୟ ରଖି ଏପରି କରୁଛନ୍ତି ।ଠିକାଦାର ଓ ବିଭାଗୀୟ କର୍ମକର୍ତ୍ତାଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ଏପରି ପ୍ରାୟୋଜିତ କାର୍ୟ୍ୟକ୍ରମ ହାତକୁ ନେଉଛନ୍ତି ।ତେଣୁ ଜନସାଧାରଣ ନୂତନ ଭାବେ ନିର୍ମିତ ପିଚୁସ୍ତରକୁ ନିମ୍ନମାନର କାମ ଦର୍ଶାଇ ତାହାକୁ ଖୋଳିବାରୁ ନିବୃତ୍ତ ରୁହନ୍ତୁ ।ବରଂ ଯଦି କାହାର ହୃଦବୋଧ ହେଉଛି ଯେ କାମଟି ନିମ୍ନମାନର ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟିକୁ ଆଣିବା ସହିତ ଏକ ମାସ ପର୍ୟ୍ୟନ୍ତ ଅପେକ୍ଷା କରନ୍ତୁ ।ଏକ ମାସ ମଧ୍ୟରେ ଏହି କାମକୁ ଅନୁଧ୍ୟାନ କରି ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।ଏହାକୁ ଅବମାନନା କରି ଏକାମାସ ନପୁରୁଣୁ ଅଭିସନ୍ଧି ମୂଳକ ଉଦ୍ଦେଶ୍ୟ ରଖି ଖୋଳା ଖୋଳି ନଜର କୁ ଆସିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।
www. socialnewsodiaofficial.blogspot.com
0 Comments