Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ୱାର୍ଡ଼ ମେମ୍ବର, ସରପଞ୍ଚ, ସମିତି ସଭ୍ୟଙ୍କ ପର୍ଯ୍ୟନ୍ତ, କାହାର ଦରମା କେତେ? M.L.A ମାନଙ୍କୁ ପୂର୍ବରୁ କେତେ ଦରମା ମିଳୁଥିଲା ଓ ଏବେ କେତେ ମିଳୁଛି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

 


01-APRIL-2022


📌


BY: SRINIBASH ROUT

ଆସନ୍ତୁ ଜାଣିବା ନେତାଙ୍କ ଦରମା ସହିତ ଅତ୍ୟଧିକ ସୁବିଧା ଓ ମାସିକ ଭତ୍ତା ଏବଂ ପେନସନ କେତେ ।ୱାର୍ଡ଼ ମେମ୍ବରଙ୍କ କୌଣସି ମାସିକ ଦରମା ନାହିଁ ।ତାଙ୍କୁ କେବଳ ଦୈନିକ ଭତ୍ତା ୪୦ ଟଙ୍କା ଲେଖାଏଁ ମିଳିଥାଏ ଆଉ ପ୍ରତ୍ଯେକ ମିଟିଂ ପାଇଁ ୨୦୦ ଟଙ୍କା ଲେଖାଏଁ ମିଳିଥାଏ ।ସରପଞ୍ଚଙ୍କୁ ମାସକୁ ୨୩୫୦ ଟଙ୍କା ଦରମା ମିଳେ ଓ ନାଏବ ସରପଞ୍ଚଙ୍କୁ ମାସକୁ ୯୪୦ ଟଙ୍କା ଦରମା ମିଳେ ।ଏହାସହ ଉଭୟଙ୍କୁ ଦୈନିକ ଭତ୍ତା ୪୦ ଟଙ୍କା ଓ ପ୍ରତ୍ଯେକ ମିଟିଂ ପାଇଁ ୨୦୦ ଟଙ୍କା ମିଳେ ।ସମିତି ସଭ୍ଯଙ୍କୁ ମଧ୍ୟ ମାସିକ ଦରମା ୨୩୫୦ ତାଙ୍କ ଓ ଦୈନିକ ଭତ୍ତା ୪୦ ମିଳେ ଏବଂ ପ୍ରତି ମିଟିଂ ବାବଦକୁ ୨୦୦ ଟଙ୍କା ମିଳେ ।ପଞ୍ଚାୟତ ସମିତିର ଅଧ୍ୟକ୍ଷଙ୍କ ଦରମା ହେଉଛି ୩୫୩୦ ଟଙ୍କା ଓ ଉପାଧ୍ୟକ୍ଷଙ୍କ ଦରମା ହେଉଛି ୨୩୫୦ ଟଙ୍କା ।ସେମନଙ୍କୁ ମଧ୍ୟ ଦୈନିକ ଭତ୍ତା ୪୦ ଟଙ୍କା ଓ ପ୍ରତି ମିଟିଂ ପାଇଁ ୨୦୦ ଟଙ୍କା ମିଳିଥାଏ ।ଜିଲ୍ଲା ପରିଷଦ ସଦସ୍ୟଙ୍କୁ ମାସିକ ଦରମା ୩୫୩୦ ଟଙ୍କା ଓ ଦୈନିକ ଭତ୍ତା ୮୦ ଟଙ୍କା ମିଳିବା ସହ ପ୍ରତି ମିଟିଂ ପାଇଁ ୨୨୦ ଟଙ୍କା ମିଳେ ।


ଜିଲ୍ଲା ପରିଷଦର ସଭାପତିଙ୍କ ଦରମା ହେଉଛି ୯୩୮୦ ଟଙ୍କା ଓ ଉପସଭାପତିଙ୍କ ଦରମା ହେଉଛି ୭୦୪୦ ଟଙ୍କା ।ଉଭୟଙ୍କ ଦୈନିକ ଭତ୍ତା ୮୦ ଟଙ୍କା ଓ ପ୍ରତି ମିଟିଂ ପାଇଁ ମିଳେ ୨୨୦ ଟଙ୍କା ।ସବୁଠାରୁ ମଜାଦାର କଥା ହେଉଛି ଇଂରେଜ ଶାସନ ସମୟରେ ଓଡିଶାର ଏମଏଲଏ ଙ୍କ ଦରମା ମାତ୍ର ୭୫ ଟଙ୍କା ଥିଲା ।ତେବେ ସ୍ବାଧିନତାର କିଛି ବର୍ଷ ପରେ ୧୯୫୪ ମସିହା ବେଳକୁ ଏହି ଦରମା ୨୦୦ ଟଙ୍କା ହୋଇଥିଲା ।


ଏମଏଲଏ ଙ୍କୁ ମାସିକ ୩୫୦୦୦ ଟଙ୍କା ଦରମା ମିଳିଥାଏ ।ଏହାସହ ପରିବହନ ଖର୍ଚ୍ଚ ୧୫୦୦୦ ଟଙ୍କା, ବିଦ୍ୟୁତ ଖର୍ଚ୍ଚ ୫୦୦୦ ଟଙ୍କା, ଟେଲିଫୋନ ବିଲ୍ ୮୦୦୦ ଟଙ୍କା, ମେଡିକାଲ ଖର୍ଚ୍ଚ ୫୦୦୦ ଟଙ୍କା, ବହି ଓ ପତ୍ରିକା ଖର୍ଚ୍ଚ ୨୦୦୦ ଟଙ୍କା ଏବଂ ନିର୍ବାଚନ ମଣ୍ଡଳୀ ଖର୍ଚ୍ଚ ୨୦୦୦୦ ଟଙ୍କା ଲେଖାଏଁ ଅନ୍ଯାନ୍ଯ ସୁବିଧା ବାବଦକୁ ମିଳିଥାଏ ।


ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମା ହେଉଛି ୯୮୦୦୦ ଟଙ୍କା, କ୍ୟାବିନେଟ୍ ମନ୍ତ୍ରୀଙ୍କ ଦରମା ହେଉଛି ୯୭୦୦୦ ହଜାର ଟଙ୍କା, ରାଜ୍ୟ ମନ୍ତ୍ରୀଙ୍କ ଦରମା ହେଉଛି ୯୫୦୦୦ ଟଙ୍କା, ବାଚସ୍ପତିଙ୍କ ଦରମା ହେଉଛି ୯୭୫୦୦ ଟଙ୍କା ଏବଂ ବିରୋଧୀ ଦଳର ନେତାଙ୍କ ଦରମା ହେଉଛି ୯୭୦୦୦ ହଜାର ଟଙ୍କା ।ଏଥି ସହିତ ଏମଏଲଏ ଙ୍କୁ ମିଳୁଥିବା ସମସ୍ତ ଅତିରିକ୍ତ ସୁବିଧା ଏମାନଙ୍କୁ ମଧ୍ୟ ମିଳିଥାଏ ।ଓଡ଼ିଶାର ରାଜ୍ୟପାଳଙ୍କ ଦରମା ହେଉଛି ମାସିକ ୩,୫୦,୦୦୦ ଟଙ୍କା ।


ପୂର୍ବତନ ଏମଏଲଏ ଙ୍କୁ ମାସିକ ୧୫୦୦୦ ଟଙ୍କାରୁ ଉର୍ଦ୍ଧ୍ଵ ପେନସନ ମିଳେ ଓ ମେଡ଼ିକାଲ ଖର୍ଚ୍ଚ ମଧ୍ୟ ମାସକୁ ୨୦୦୦ ଟଙ୍କା ଲେଖାଏଁ ମିଳିଥାଏ ।ପୂର୍ବତନ ସାଂସଦଙ୍କ ମାସିକ ପେନସନ ହେଉଛି ୨୫୦୦୦ ଟଙ୍କା ।କିନ୍ତୁ ୫ ବର୍ଷରୁ ଊର୍ଦ୍ଧ୍ଵ କାର୍ଯ୍ୟକାଳ ପାଇଁ ୨୦୦୦ ଟଙ୍କା ଅତିରିକ୍ତ ଯୋଡ଼ା ଯାଇଥାଏ ।




https://socialnewsodiaofficial.blogspot.com

Post a Comment

0 Comments