Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ମହଙ୍ଗା ହେବ ସିମେଣ୍ଟ୍‌: ଘର ତିଆରି ପାଇଁ ବ୍ୟବହୃତ ସିମେଣ୍ଟ୍ ମୂଲ୍ୟ ୫୦ ଟଙ୍କା ଯାଏଁ ବୃଦ୍ଧି ପାଇବ, କଞ୍ଚାମାଲ୍ ମହଙ୍ଗା ହୋଇଥିବାରୁ ଆଗାମୀ ଦିନରେ ସିମେଣ୍ଟ୍‌ ମୂଲ୍ୟରେ ୬-୧୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବାର ଆଶଙ୍କା ସୃଷ୍ଟି ହୋଇଛି।



21 April 022

📌


Published by Srinibash Rout in Odisha

ମହଙ୍ଗା ହେବ ଘର ତିଆରି ପାଇଁ ବ୍ୟବହୃତ ସିମେଣ୍ଟ୍ ।ସିମେଣ୍ଟ ଦାମ୍ ୨୫ ରୁ ୫୦ ଟଙ୍କା ଲେଖାଏଁ ବୃଦ୍ଧି ପାଇବାକୁ ଯାଉଛି ।ଯଦି ଏପରି ହୁଏ ତେବେ ଗୃହ ନିର୍ମାଣ ନିଶ୍ଚୟ ମହଙ୍ଗା ହେବ ।୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ସିମେଣ୍ଟ୍‌ ଚାହିଦା ୨୦ ପ୍ରତିଶତ ବଢ଼ିବା ପରେ ପରବର୍ତ୍ତୀ ଛଅ ମାସରେ ଅଦିନିଆ ବର୍ଷା, ଶ୍ରମିକ ଓ ବାଲି ଅଭାବ ଭଳି ସମସ୍ୟା ଯୋଗୁଁ ସିମେଣ୍ଟ୍‌ ଚାହିଦା ରେ ବୃଦ୍ଧି ହାର ୭%କୁ ଖସିଯାଇଥିଲା। ଚଳିତ ବର୍ଷ ସୁଲଭ ବାସଗୃହ ଓ ଭିତ୍ତିଭୂମି ନିର୍ମାଣରେ ହେଉଥିବା ବୃଦ୍ଧିକୁ ନଜରରେ ରଖି ସିମେଣ୍ଟ୍ ଚାହିଦା ବଢ଼ିବ ବୋଲି କମ୍ପାନୀ ଗୁଡ଼ିକ ଆଶା ରଖିଥିବା ବେଳେ କଞ୍ଚାମାଲ୍ ଦରବୃଦ୍ଧି ସେମାନଙ୍କୁ ଚିନ୍ତାରେ ପକାଇ ଦେଇଛି। କେବଳ ସିମେଣ୍ଟ୍ ନୁହେଁ କ୍ରୁଡ୍‌ ଅଏଲ ଦର ବୃଦ୍ଧି ପାଇଥିବାରୁ ଭାରତରେ ପେଟ୍ରୋଲ ଏବଂ ଡିଜେଲ୍ ମଧ୍ୟ ଅହେତୁକ ଭାବେ ବଢ଼ିଛି ।ତେଣୁ ପରିବହନ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି ।ପରିବହନ ଖର୍ଚ୍ଚ ବଢ଼ିବା ଫଳରେ ଏହାର ପ୍ରଭାବ ମଧ୍ୟ ସିମେଣ୍ଟ୍ ଉପରେ ପଡ଼ୁଛି ।


ଗତ ୧୨ ମାସରେ ସିମେଣ୍ଟ୍ ମୂଲ୍ୟ ବୃଦ୍ଧି ପାଇ ବସ୍ତା ପିଛା ସର୍ବକାଳୀନ ରେକର୍ଡ଼ ସ୍ତର ୩୯୦ ଟଙ୍କାରେ ପହଞ୍ଚିଛି। ଆଉ ଏବେ ପୁଣି ଥରେ ୨୫ ରୁ ୫୦ ଟଙ୍କା ବୃଦ୍ଧି ଆଶଙ୍କା ଗ୍ରାହକଙ୍କୁ ଚିନ୍ତାର ପକାଇଛି ।


ସିମେଣ୍ଟ୍‌ ଶିଳ୍ପର ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ୍ ହେଉଛି କ୍ଲିଙ୍କର୍ ଯାହାକୁ ପ୍ରସ୍ତୁତ କରିବାରେ କୋଇଲା ଓ ପେଟ୍‌ କୋକ୍‌କୁ ବ୍ୟବହାର କରାଯାଇଥାଏ।


ସିମେଣ୍ଟ୍ ଦର ବୃଦ୍ଧି ମୁଖ୍ୟତଃ ଦୁଇଟି କାରଣରୁ ହୋଇଥାଏ ।ପ୍ରଥମ ହେଉଛି ଅଶୋଧିତ ତୈଳ ଏବଂ ଦ୍ବିତୀୟ ହେଉଛି କୋଇଲା ।ଗତ ମାର୍ଚ୍ଚ ମାସରେ କ୍ରୁଡ୍‌ ଅଏଲ୍‌ ଦାମ ବ୍ୟାରେଲ ପିଛା ୧୧୫ ଡଲାରରେ ପହଞ୍ଚିଯାଇଥିବା ବେଳେ ଅନ୍ୟପଟେ ଋଷ ଏବଂ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଅନ୍ତଃରାଷ୍ଟ୍ରୀୟ ବଜାରରେ କୋଇଲା ମୂଲ୍ୟ ମଧ୍ୟ ବୃଦ୍ଧିପାଇଛି ।ଗତ ୬ ମାସରେ କୋଇଲା ଓ ପେଟ୍ କୋକ୍ ଦାମ୍ ୩୦-୫୦ ପ୍ରତିଶତ ବଢ଼ିଛି। ଏହା ବ୍ୟତୀତ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ବଢ଼ୁଥିବାରୁ ସିମେଣ୍ଟ୍‌ ପ୍ୟାକଜିଂରେ ବ୍ୟବହାର ହେଉଥିବା ଉପକରଣ, ଉତ୍ପାଦନ, ପରିବହନ ଓ ବଣ୍ଟନ ଖର୍ଚ୍ଚ ବଢ଼ିଛି। ଗତ ମାର୍ଚ୍ଚ ରେ ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ କରିବା ପରଠାରୁ ଅଶୋଧିତ ତୈଳ ଦାମ୍ ୨୧% ବୃଦ୍ଧି ପାଇ ବ୍ୟାରେଲ ପିଛା ୧୧୫ ଡ଼ଲାର ରହିଛି। ସାରା ବର୍ଷରେ ତେଲ ଦାମ୍ ୭୯% ଅଧିକ ରହିଛି। ସେହିପରି, ଆନ୍ତର୍ଜାତିକ ବଜାରରେ ପେଟ୍‌ କୋକ୍ ଦାମ୍ ୪୩ ପ୍ରତିଶତ ବଢ଼ିଥିବା ବେଳେ ଦେଶ ଭିତରେ ତାହାର ମୂଲ୍ୟ ୨୬ ପ୍ରତିଶତ ବଢ଼ିଛି ।




https://socialnewsodiaofficial.blogspot.com

Post a Comment

0 Comments