02-APRIL-2022
📌
BY: SRINIBASH ROUT
ଭାରତର ଅର୍ଥନୀତିକୁ ସୁଦୃଢ଼ କରୁଥିବା ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହର ସବିଶେଷ ସୂଚନା ଶୁକ୍ରବାର ୦୧ ତାରିଖ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ଉକ୍ତ ସୂଚନା ଅନୁସାରେ ୨୦୧୭ ମଧ୍ୟ ଭାଗରୁ ଦେଶରେ କାର୍ଯ୍ୟକାରୀ ହୋଇଥିବା ଜିଏସ୍ଟି (GST) ସଂଗ୍ରହ ନିୟମ ଏବେ ସର୍ବକାଳୀନ ରେକର୍ଡ଼ କରିଛି। ମାର୍ଚ୍ଚ ମାସରେ ୧,୪୨,୦୯୫ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଛି। ୨୦୨୨ ଜାନୁଆରୀରେ ରେକର୍ଡ଼ ୧,୪୦,୯୮୬ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିଲା। ଏହା ସେତେବେଳେ ନୂଆ ରେକର୍ଡ଼ କରିଥିଲା। ହେଲେ ଏବେ ମାର୍ଚ୍ଚ ମାସର ଜିଏସ୍ଟି ରାଜସ୍ୱ ଏହି ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛି।
ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟକୁ ଦେଖିଲେ, ମାର୍ଚ୍ଚ ୨୦୨୨ ରେ ସଂଗୃହିତ ମୋଟ୍ ଜିଏସ୍ଟି ରାଜସ୍ୱ ହେଉଛି ୧,୪୨,୦୯୫ କୋଟି ଟଙ୍କା ।ଏଥିରେ ସିଜିଏସ୍ଟିି ୨୫,୮୩୦ କୋଟି, ଏସ୍ଜିଏସ୍ଟ ୩୨,୩୭୮ କୋଟି, ଆଇଜିଏସ୍ଟି ୭୪,୪୭୦ କୋଟି (ସାମଗ୍ରୀ ଆମଦାନୀରେ ସଂଗୃହିତ ୩୯,୧୩୧ କୋଟି ଟଙ୍କା) ଏବଂ ସେସ ୯,୪୧୭ କୋଟି (ସାମଗ୍ରୀ ଆମଦାନୀରେ ସଂଗୃହିତ ୯୮୧ କୋଟି ଟଙ୍କା) ଅନ୍ତର୍ଭୁକ୍ତ ।ମାର୍ଚ୍ଚ ପାଇଁ ରାଜସ୍ୱ ଗତ ବର୍ଷର ଅନୁରୂପ ମାସରେ ଜିଏସ୍ଟି ରାଜସ୍ୱଠାରୁ ୧୫ ପ୍ରତିଶତ ଅଧିକ ।ଗତବର୍ଷ ମାର୍ଚ୍ଚ ତୁଳନାରେ ଚଳିତ ବର୍ଷ ୧୫% ଅଧିକ ଜିଏସ୍ଟି ସଂଗ୍ରହ ହୋଇଛି। ଏହା ୨୦୨୦ ମାର୍ଚ୍ଚ ତୁଳନାରେ ୪୬% ଅଧିକ। ଜିଏସ୍ଟି ପରିଷଦ ନେଇଥିବା ବିଭିନ୍ନ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଯୋଗୁ ଏତେ ପରିମାଣର ରାଜସ୍ୱ ଆଦାୟ ହୋଇପାରିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଜିଏସ୍ଟି (G.ST) ସଂଗ୍ରହ ବଢ଼ିବାର କାରଣ କ’ଣ :
___________________________________
୧ •ଜିଏସ୍ଟି ନିୟମର ଉତ୍ତମ କାର୍ଯ୍ୟକାରିତା ପାଇଁ ପ୍ରଶାସନିକ ସ୍ତରରେ ଅନେକ ନୀତି ପ୍ରଣୟନ କରାଯିବା ସହ ପଦକ୍ଷେପ ନିଆଯାଇଛି।
୨ •ଜିଏସ୍ଟି ଚୋରି ମାମଲାକୁ ଧରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଜେନ୍ସିଗୁଡ଼ିକ ଏକାଠି କାମ କରୁଛନ୍ତି।
୩ •ଜିଏସଟିଏନ୍ ଦ୍ୱାରା ବିକଶିତ ହୋଇଥିବା ବୈଷୟିକ ଜ୍ଞାନକୌଶଳ ଦ୍ୱାରା ନକଲି ଇନଭଏସ୍ ମାମଲା ଗୁଡ଼ିକକୁ ଚିହ୍ନଟ କରାଯାଇ ପାରୁଛି।
୪ •କିଛି ମାସ ହେଲାଣି ଆଇଟି ରିଟର୍ଣ୍ଣ ଫାଇଲରେ ମଧ୍ୟ ଅଧିକରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି।
୫ •କମ୍ପାନୀଗୁଡ଼ିକ ଜିଏସ୍ଟି ଅଧୀନରେ ନିଜକୁ ପଞ୍ଜିକରଣ କରି ଟିକସ ଦେଉଛନ୍ତି।
https://socialnewsodiaofficial.blogspot.com
0 Comments