10-APRIL-2022
📌
BY: SRINIBASH ROUT
ସରକାର ଏବେ କୋଭିଡ୍ ମୃତ୍ୟୁରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୫୦ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେଉଛନ୍ତି ।କୋଭିଡ୍ରେ ମୃତ୍ୟୁ ପାଇଁ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ମୃତକଙ୍କ ନିକଟତମ ସଂପର୍କୀୟଙ୍କୁ ଯୋଗାଇ ଦିଆଯାଉଛି ।ଯେଉଁ ବ୍ୟକ୍ତିମାନେ ୨୦୨୨ ମାର୍ଚ୍ଚ ୨୦ତାରିଖ କିମ୍ବା ତା’ପୂର୍ବରୁ କୋଭିଡ୍-୧୯ରେ ପ୍ରାଣ ହରାଇଛନ୍ତି ଓ ସେମାନଙ୍କ ସମ୍ପର୍କୀୟମାନେ ଯଦି ଏହି ସହାୟତା ରାଶି (୫୦ହଜାର ଟଙ୍କା) ପାଇନାହାନ୍ତି, ତା’ହେଲେ ସେମାନେ ଆବଶ୍ୟକୀୟ ଦସ୍ତାବିଜ୍ ସହ ଜିଲ୍ଲାପାଳଙ୍କୁ ଅଫ୍ଲାଇନ୍ କିମ୍ବା ଅନ୍ଲାଇନ୍ରେ ୱେବ୍ସାଇଟ୍ ଜରିଆରେ ଆସନ୍ତା ମେ’ ୨୮ ତାରିଖ ମଧ୍ୟରେ ଆବେଦନ କରିପାରିବେ ।
କୌଣସି ଅସୁବିଧା କିମ୍ବା ଦୁରବସ୍ଥା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଉପରୋକ୍ତ ଧାର୍ଯ୍ୟ ସମୟସୀମା ମଧ୍ୟରେ ଯଦି କୌଣସି ଆବେଦନକାରୀ ଏହି ସହାୟତା ନିମନ୍ତେ ଆବେଦନ କରିବାରେ ବିଫଳ ହୁଅନ୍ତି ତେବେ ସେମାନେ ପ୍ରତ୍ୟେକ ଜିଲ୍ଲାରେ ଗଠନ କରାଯାଇଥିବା ଅଭିଯୋଗ ସମାଧାନ କମିଟି ମାଧ୍ୟମରେ ଆବେଦନ କରିପାରିବେ ।ପ୍ରତ୍ୟେକ ଅଭିଯୋଗ ସମାଧାନ କମିଟି ଆବେଦନକାରୀଙ୍କ ତଥ୍ୟ ଆଧାରରେ ଆବଶ୍ୟକୀୟ ଯାଞ୍ଚ୍ ଏବଂ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବେ ।
କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ଆବେଦନ କରିବାର ୩୦ଦିନ ମଧ୍ୟରେ ଏହି ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ।ଆବଶ୍ୟକସ୍ଥଳେ ସରକାରଙ୍କ ହେଲପଲାଇନ ନମ୍ବର ୧୫୫୩୫କୁ ଫୋନ୍ କରି ଏହି ସହାୟତା ପାଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ୟ୍ୟାଳୟ ଦ୍ୱାରା ସୂଚନା ଦିଆଯାଇଛି ।
କୋଭିଡ୍ ମୃତ୍ୟୁଜନିତ କ୍ଷତିପୂରଣ ପାଇବାକୁ ଏବେ ପ୍ରାୟ ୧୭୫୦୦ଟି ଆବେଦନ ପଡ଼ି ରହିଥିବାବେଳେ ସେଥିରୁ ୧୬୨୫୦ଟି ଆବେଦନକାରୀଙ୍କୁ କ୍ଷତିପୂରଣ ମିଳିସାରିଛି ।ଯଦିଓ ରାଜ୍ୟ ସରକାରଙ୍କ ୱେବସାଇଟରେ କୋଭିଡଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ମାତ୍ର ୯୧୨୧ ଜଣ ରହିଛି ।
https://socialnewsodiaofficial.blogspot.com
0 Comments