13-APRIL-2022
📌
BY: SRINIBASH ROUT
ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସମସ୍ତ ସରକାରୀ ଯୋଜନାକୁ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ପଞ୍ଚାୟତ ସ୍ତରରୁ କର୍ମଚାରୀ ନିୟୋଜିତ ରହିଛନ୍ତି। ତେବେ ଅନେକ ସମୟରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଅନେକ ସରକାରୀ ଯୋଜନାରୁ ବଞ୍ଚିତ ରହୁଥିବାରୁ ଏକାଧିକ ନଜିର ରହିଛି। ଚିତ୍ର ପୁଣି ଲୋକଲୋଚନକୁ ଆସିଛି। ଏଭଳି କିଛି ଦୃଷ୍ଟାନ୍ତ ମୂଳକ ଅଭିଯୋଗ ଗଞ୍ଜାମ ଜିଲ୍ଲା ବେଗୁନିଆ ପଡ଼ା ବ୍ଲକ୍ ରୁ ହସ୍ତଗତ ହୋଇଛି ।
ସମାଜରେ ଅପେକ୍ଷାକୃତ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ବିଚାର କରାଯାଉଥିବା ଭିନ୍ନକ୍ଷମଙ୍କ ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ।ସମସ୍ତ ଦିବ୍ୟାଙ୍ଗମାନଙ୍କ ସମସ୍ୟାର ସମାଧାନ ତଥା ସେମାନଙ୍କ ମଙ୍ଗଳ ସାଧନା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ‘ଦିବ୍ୟାଙ୍ଗଜନ ସମାଧାନ’ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।
ପ୍ରତି ବ୍ଲକ୍ ସ୍ତରରେ ସୋମବାର ଏହି କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଦିବ୍ୟାଙ୍ଗଙ୍କ ସମସ୍ୟା ସମାଧାନ ହୋଇ ପାରୁନି। ଦିବ୍ୟାଙ୍ଗ ଜନ ସମାଧାନ’ ଅଭିଯୋଗ ଶୁଣାଣିରେ ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ, ପ୍ରମାଣପତ୍ର, ଜୀବନ ଜୀବିକା, ସରକାରୀ ସହାୟତା, ଉପକରଣ ଆବଣ୍ଟନ, ଋଣ ପ୍ରଦାନ, ଶିକ୍ଷା ଇତ୍ୟାଦି ସମ୍ପର୍କରେ ଜନଶୁଣାଣି କରାଯିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏଭଳି ବ୍ୟବସ୍ଥା ଏବେ ବେଗୁନିଆପଡ଼ା ବ୍ଳକରେ ଫେଲ୍ ମାରୁଥିବା ଅଭିଯୋଗ କରିଛନ୍ତି ଦିବ୍ୟାଙ୍ଗ ଙ୍କ ପରିଜନ ।
https://socialnewsodiaofficial.blogspot.com
0 Comments