28-APRIL-2022


📌


BY: SRINIBASH ROUT

ବିଜେଡ଼ିରେ ଯୋଗ ଦେଲେ ଓଡ଼ିଶା ଗଣମାଧ୍ୟମ ଜଗତର ଲୋକପ୍ରିୟ ଓ ଚର୍ଚ୍ଚିତ ଚେହେରା ସ୍ୱୟଂ ପ୍ରକାଶ ମହାପାତ୍ର ।ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବରେ ଦଳରେ ସାମିଲ୍ ହୋଇଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡ଼ିରେ ସାମିଲ୍ ହୋଇଛନ୍ତି ଓ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ସେ ନିର୍ବାହ କରିବେ ବୋଲି କହିଛନ୍ତି। ଗତ ପ୍ରାୟ ୧ ଦଶନ୍ଧି ଧରି ଶ୍ରୀ ମହାପାତ୍ର ଏକାଧିକ ଓଡ଼ିଆ ବୈଦ୍ୟୁତିକ ଗଣମାଧ୍ୟମ ରେ ବିଭିନ୍ନ ପଦରେ କାର୍ଯ୍ୟ କରିଛନ୍ତି। ଜଣେ ଲୋକପ୍ରିୟ ଟିଭି ଉପସ୍ଥାପକ ଭାବେ ପରିଚିତି ହାସଲ କରିଥିବା ସ୍ୱୟଂପ୍ରକାଶ ଅନେକ ସମୟରେ ଲୋକଙ୍କ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗ ଗଣମାଧ୍ୟମରେ ଉଠାଇଛନ୍ତି ।


https://socialnewsodiaofficial.blogspot.com