13-APRIL-2022
📌
BY: SRINIBASH ROUT
କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗାଁ’ରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ ! ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଡ଼ ଭାଇର ପରିବାରକୁ ହତ୍ୟା କଲା ସାନ ଭାଇ। ଜଣେ କି ଦୁଇ ଜଣ ନୁହେଁ ଗୋଟିଏ ପରିବାର ର ୫ ଜଣ ସଦସ୍ୟଙ୍କୁ ହାଣି ହତ୍ୟା କରିଛି ପିଶାଚ ସାନ ଭାଇ (ଶିବ ପ୍ରସାଦ ସାହୁ)।
ପାଖ ପଡୋଶୀ କେହି ଟେର ପାଇଲେ ନାହିଁ ! ସାନଭାଇ ଶିବ ପ୍ରସାଦ ସାହୁ ଯିଏକି ପେଶାରେ ଜଣେ ଡ଼୍ରାଇଭର, ନିଜ ବଡ଼ ଭାଇ ଅଲେଖ ସାହୁଙ୍କୁ ଏବଂ ଅଲେଖର ପତ୍ନୀ ରଶ୍ମି ସାହୁ, ଝିଅ ପାଏଲ ଓ ପୁଅ ଗୁଡ଼ୁ ଓ ଟୁବୁକୁ ମାରଣାସ୍ତ୍ର ଦ୍ୱାରା ହାଣି ହତ୍ୟା କରିବା ଆଲୋଡ଼ ସୃଷ୍ଟି କରିଛି ! ବନ୍ଦ କୋଠରୀ ଭିତରୁ ମୃତକ ମାନଙ୍କ ଶବ ଜବତ କରିଛି ପୋଲିସ !
ସ୍ଥାନୀୟ ଲୋକଙ୍କ କହିବାନୁସାରେ ରାତି ପ୍ରାୟ ୨ଟାରୁ ୩ ଟା ଭିତରେ ବଡ଼ଭାଇ, ଭାଉଜ, ଓ ପିଲାମାନେ ଶୋଇଥିବା ରୁମ୍ ଭିତରେ ପଶିଥିଲେ ସାନଭାଇ ଶିବପ୍ରସାଦ ସାହୁ ।ହାତରେ କଟୁରୀ ଥିଲା ।ଆଗ ବଡ଼ଭାଇ, ତା'ପରେ ଭାଉଜଙ୍କୁ ହାଣି ଥିଲେ ଓ ପରେ ସଇତାନ୍ ଦାଦା ଶିବ ପ୍ରସାଦ ହତ୍ୟା କରିଥିଲେ ୩ ନିରୀହ ପିଲାମାନଙ୍କୁ ।କିଛି ସମୟ ଭିତରେ ପୁରା ପରିବାର ସଫା ହୋଇଯାଇଥିଲା ।ବଡ଼ ଭାଇ ଅଲେଖ ସାହୁ, ଭାଉଜ ରଶ୍ମି ସାହୁ, ଝିଆରୀ ପାଏଲ୍, ୨ ଜଣ ପୁତୁରା ଗୁଡୁ ଓ ଟୁବୁ ଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି ସାନଭାଇ ଶିବ ପ୍ରସାଦ ।ଅଭିଯୁକ୍ତ କୁ ଗିରଫ କରାଯାଇଥିବା ସୂଚନା ମିଳିଛି, ସେପଟେ ଅଭିଯୁକ୍ତଙ୍କ ସ୍ତ୍ରୀ କହିଛନ୍ତି ସେଦିନ ତାଙ୍କ ସ୍ୱାମୀ ତାଙ୍କୁ ଘରୁ ବାହାର ପଟୁ କବାଟ ଦେଇ ଏଭଳି କାଣ୍ଡ ଭିଆଇଥିଲେ ।
ସମ୍ପତ୍ତି ବିବାଦକୁ ନେଇ ସାହୁ ପରିବାର ଭିତରେ ଦୀର୍ଘଦିନୁ ତିକ୍ତତା ଲାଗିରହିଥିଲା ! ବଡ଼ ଭାଇ ସାନ ଭାଇକୁ ଘରେ ପୁରେଇ ନଦେବାରୁ ଭଡ଼ା ଘରେ ରହୁଥିଲା ଶିବ ! ତେବେ ଏମାନଙ୍କ ଭିତରେ ଭୟଙ୍କର ତିକ୍ତତା ଯୋଗୁଁ ଶିବ ରକ୍ତମୁଖା ପାଲଟି ଯାଇଥିଲା ଓ ବଡ଼ ଭାଇର ପରିବାରକୁ ଖଣ୍ଡରେ ହାଣି ନିପାତ କରି ଶେଷରେ ନିଜକୁ ମାନସିକ ବିକାରଗ୍ରସ୍ତ କହି ଆତ୍ମସମର୍ପଣ କରିବା ଜଣାପଡ଼ିଛି !
ପାରିବାରିକ ବିବାଦର ଏହା ହେଉଛି କରୁଣ ଲୋମହର୍ଷଣକାରୀ ଘଟଣା ।
https://socialnewsodiaofficial.blogspot.com
0 Comments