16-APRIL-2022
📌
BY: SRINIBASH ROUT
ଉତ୍କଳ ବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ୧୫ ତାରିଖ କଟକସଦର ବ୍ଲକ୍ ଅନ୍ତର୍ଗତ କିଶନ ନଗରର ରାମଚନ୍ଦ୍ରପୁର ରେ ଅବସ୍ଥିତ ୟୁପି ସ୍କୁଲ୍ ପରିସରରେ ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ସରସ୍ୱତୀ କଳା ପରିଷଦ ର ସମ୍ପାଦକ ଅଶୋକ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ରାମଚନ୍ଦ୍ରପୁରର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ସିନା, ଉତ୍କଳ ବିକାଶ ପରିଷଦର ସଭାପତି ପ୍ରକାଶ ଚନ୍ଦ୍ର ସେଠୀ, ଲୋକଭାଷା ର ସମ୍ପାଦକ ସୁକଦେଵ ପରିଡା, ଶିକ୍ଷାବିତ୍ କାଙ୍ଗାଳୀ ଚରଣ ପରିଡ଼ା, କିଶନ ନଗର ପଞ୍ଚାୟତର ସରପଞ୍ଚ ସୁଜାତା ସେଠି ପ୍ରମୁଖ ଯୋଗ ଦେଇଥିଲେ।
ଏହି ରକ୍ତ ଦାନ ଶିବିରରେ ଇଂ ଶ୍ରୀକାନ୍ତ ବେଉରା, ଚକ୍ରବର୍ତ୍ତୀ ଓତ୍ତା ଓ ଉତ୍କଳ ବିକାଶ ପରିଷଦର ସଦସ୍ୟମାନେ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ।
ରକ୍ତଦାନ ମହତ୍ ଦାନ ଶିର୍ଷକଟି ସମସ୍ତେ ଜାଣନ୍ତି ଏବଂ ଏହାର ଆବଶ୍ୟକତା ସେହି ବ୍ୟକ୍ତି ନିଶ୍ଚିତ ଭାବରେ ହୃଦବୋଧ କରିଥିବେ ଯିଏ ନିଜେ କେବେ ଆତ୍ମୀୟ ପାଇଁ ବୁନ୍ଦାଏ ରକ୍ତ ପାଇଁ ଆକୁଳ ନିବେଦନ କରିଥିବେ ।ରକ୍ତ ର ବିକଳ୍ପ ନାହିଁ ! ଜଣେ ମଣିଷର ଜୀବନ ବଞ୍ଚାଇବାକୁ ହେଲେ ଆଉ ଜଣଙ୍କର ରକ୍ତ ଅପରିହାର୍ଯ୍ୟ ।ଆମ ରାଜ୍ୟରେ ବର୍ଷକୁ ପ୍ରାୟ ପାଞ୍ଚ ଲକ୍ଷ ରକ୍ତ ର ଆବଶ୍ୟକତା ଥିବାବେଳେ ଚାରି ଲକ୍ଷ ରକ୍ତ ସଂଗ୍ରହ ହୋଇପାରୁଛି ଏବଂ ପାଖାପାଖି ଏକ ଲକ୍ଷ ରକ୍ତ ର ଅଭାବ ଥିବାବେଳେ ବହୁ ଲୋକଙ୍କୁ ରକ୍ତ ପାଇଁ ଅସୁବିଧା ର ସମ୍ମୁଖିନ ହେବାକୁ ପଡ଼ୁଛି ।ଥାଲାସେମିଆ ରେ ଚିକିତ୍ସିତ ହେଉଥିବା ଶିଶୁ , ଦୁର୍ଘଟଣାରେ ଆହତ ହୋଇଥିବା ଗୁରୁତର ବ୍ୟକ୍ତି, ଗର୍ଭବତୀ ମହିଳା, କର୍କଟ ରୋଗୀ ଏବଂ ବିଭିନ୍ନ ଅସ୍ତ୍ରୋପଚାର ପାଇଁ ରକ୍ତ ଆବଶ୍ୟକତା ରହିଛି ।ମାତ୍ର ଯେ ପର୍ଯ୍ୟନ୍ତ ରକ୍ତଦାତା ଆଗକୁ ନ ଆସିବେ ରକ୍ତ ଯୋଗାଡ଼ କରିବା ସମ୍ଭବ ନୁହେଁ ।
ମାତ୍ର ଏଭଳି ଉତ୍କଟ ସମସ୍ୟାର ସମାଧାନ ପାଇଁ କଟକସଦର ର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ କଟକସଦରର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ରକ୍ତଦାନ ଶିବିର ଅନୁଷ୍ଠିତ କରିଥାଏ ବୋଲି ଉତ୍କଳ ବିକାଶ ପରିଷଦ ର ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠି ପ୍ରକାଶ କରିଛନ୍ତି।
ରକ୍ତଦାନ ଅଭିଯାନ ରେ ଯୁବ ପିଢି ସାମିଲ୍ ହୋଇ ଦେଶର ଜଣେ ସଚ୍ଚା ନାଗରିକ ଏବଂ ସମାଜର ଦରଦୀ ମଣିଷ ର ପରିଚୟ ଦେଇ ରାଜ୍ୟରେ ରକ୍ତ ଅଭାବକୁ ଦୁର କରିବା ପାଇଁ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ତରଫରୁ ନିବେଦନ କରାଯାଇଛି ।
https://socialnewsodiaofficial.blogspot.com
0 Comments