Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଅଙ୍ଗନବାଡ଼ି ଶିଶୁଙ୍କୁ ପଚା ଅଣ୍ଡା ବଣ୍ଟନ; ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କୁ ପଚା ଅଣ୍ଡା ଦିଆଯାଉଛି - ଅଙ୍ଗନବାଡ଼ି କର୍ମୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପିଲାଙ୍କୁ ପଚା ଅଣ୍ଡା ଦିଆଯାଉଛି ।

 


10-APRIL-2022


📌


BY: SRINIBASH ROUT

ଶିଶୁଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ବିକାଶ ନିମନ୍ତେ ରାଜ୍ୟ ସରକାର ଅଙ୍ଗନବାଡ଼ି ମାଧ୍ୟମରେ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଥିବା ବେଳେ ଅଙ୍ଗନବାଡ଼ି କର୍ମୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପିଲାଙ୍କୁ ପଚା ଅଣ୍ଡା ଦିଆଯାଉଛି ।


ସିମନବାଡି ଅନ୍ତର୍ଗତ ସାରୁମାହା ଅଙ୍ଗନବାଡ଼ି କେନ୍ଦ୍ରରେ ଆସିଛି ଏଭଳି ଅଭିଯୋଗ ।ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ଶୁକ୍ରବାର ୦୮ ତାରିଖ ପିଲାଙ୍କୁ ପଚା ଅଣ୍ଡା ଦିଆଯାଇଥିବା ଅଭିଯୋଗ କରିଛନ୍ତି ଅରୁଣ ପ୍ରଧାନ।   


ଅରୁଣ ପ୍ରଧାନଙ୍କ ସାନ ପୁଅକୁ ମିଳିଥିଲା ୧୨ ଗୋଟି ଅଣ୍ଡା ସେ ଘରକୁ ଆଣି ସିଝାଇ ଥିଲେ ।ଅଣ୍ଡା ଗୁଡ଼ିକ ସମ୍ପର୍ଣ୍ଣ ପଚି ଯାଇଥିଲା ।ଏଭଳି ବହୁବାର ଏଭଳି ପଚା ଅଣ୍ଡା ଦେଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଅରୁଣ ପ୍ରଧାନ ।ପିଲାଙ୍କୁ ଏଭଳି ପଚା ଅଣ୍ଡା ଦିଆଯିବ ସେମାନଙ୍କ ବିକାଶ ହେବା ବଦଳରେ ବିନାଶ ହେବ ୱାର୍ଡ଼ ମେମ୍ବର ଆରତି ନାୟକ କହିଛନ୍ତି ।ଏ ନେଇ ସିଡିପିଓ ଅଞ୍ଚଳୀ ମହାପାତ୍ରଙ୍କୁ ପଚାରିଯିବାରୁ ଏହାର ତଦନ୍ତ କରି ପଦକ୍ଷେପ ନେବି ବୋଲି ସେ କହିଛନ୍ତି , ଶୁକ୍ରବାର ସୁଭରଭାଇଜର ଯାଇ ଅଣ୍ଡା ସବୁ ଫେରସ୍ତ କରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।



https://socialnewsodiaofficial.blogspot.com

Post a Comment

0 Comments