Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ସଙ୍କଟରେ ବିରୋଧୀ ଦଳ ନେତା ପଦ; କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଇସ୍ତଫା ଦେଇଛନ୍ତି - ଦଳର କୌଣସି ଭବିଷ୍ୟତ ନ ଥିବାରୁ ସେ କଂଗ୍ରେସ ଛାଡ଼ିଥିବା କହିଛନ୍ତି ।

 


18-APRIL-2022


📌


BY: SRINIBASH ROUT

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଜର୍ଜ ତୀର୍କୀ ।କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଟାଣୁଆ ଆଦିବାସୀ ନେତା ତଥା ପୂର୍ବତନ ବୀରମିତ୍ରପୁର ବିଧାୟକ ଜର୍ଜ ତୀର୍କୀ ।ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜିଲ୍ଲା ସଭାପତିଙ୍କ ନିକଟକୁ ପଠେଇଛନ୍ତି ।ଜିଲ୍ଲା କଂଗ୍ରେସ କମିଟିରୁ ଇସ୍ତଫା ଦେବା ସହ ଦଳ ଦିନକୁ ଦିନ ଦୁର୍ବଳ ହେବା ସହ ନିଜର ଅସ୍ତିତ୍ୱ ହରାଉଛି ବୋଲି ସେ କହିଛନ୍ତି। 


ପ୍ରକାଶ ଯେ, ବୀରମିତ୍ରପୁର ବିଧାନସଭା ଆସନରୁ ସେ ୪ଥର ବିଧାୟକ ହୋଇ ଜିଲ୍ଲାରେ ଜଣେ ଟାଣୁଆ ଆଦିବାସୀ ନେତା ଭାବେ ପ୍ରମାଣ କରିସାରିଛନ୍ତି ।ଜେଏମ୍‌ଏମ୍‌ ଦଳରୁ ୧୯୯୫ ଓ ୨୦୦୦ ମସିହାରେ ସେ ବିଧାୟକ ହୋଇଥିଲେ। ୨୦୦୨ରେ ଜେଏମ୍‌ଏମ୍‌ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ ।ହେଲେ ପରେ ୨୦୦୪ରେ ବିଜେଡ଼ି ଛାଡିଥିଲେ। କଳିଙ୍ଗ ନଗରରେ ହୋଇଥିବା ଆଦିବାସୀ ସଂହାର ଘଟଣାରେ ସେ ଉତକ୍ଷିପ୍ତ ହୋଇ ବିଜେଡ଼ି ଛାଡିଥିଲେ ।୨୦୦୯ ମସିହା ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବିଜୟ ହୋଇଥିଲେ, ୨୦୧୪ରେ ସମତା କ୍ରାନ୍ତି ଦଳ ନାଁରେ ନିଜସ୍ବ ଦଳ ଗଠନ କରି ବୀରମିତ୍ରପିର ଆସନରୁ ଜିତିଥିଲେ ।କିଛି ବର୍ଷ ପରେ ପୁଣି ଜେଏମ୍‌ଏମ୍‌କୁ ଫେରିଥିଲେ। ଶେଷରେ ୨୦୧୮ ମସିହାରେ କଂଗ୍ରେସରେ ଯୋଗଦେଇ ସୁନ୍ଦରଗଡ଼ ଲୋକସଭା ପାଇଁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ତାଙ୍କ ଭଳି ଜଣେ ଟାଣୁଆ ନେତା ହରେଇବା ପରେ ଏହା ଆଗାମୀ ଦିନରେ ଦଳ ପାଇଁ କ୍ଷତି ପହଞ୍ଚାଇବ ବୋଲି କିଛି ଆଗଧାଡି ର ନେତା କହିଥିବା ସୂଚନା ମିଳିଛି ।




https://socialnewsodiaofficial.blogspot.com

Post a Comment

0 Comments