Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଜମି ପାର୍ଟିସନ୍‌ ପାଇଁ ଲାଞ୍ଚ: ଆର.ଆଇ କାର୍ଯ୍ୟାଳୟରେ ଧରିଲା ଭିଜିଲାନ୍ସ, ଜମି ପାର୍ଟିସନ୍‌ ପାଇଁ ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରଆଇ କାର୍ଯ୍ୟାଳୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ (ଆରଆଇ) ମନୋଜ ମହାନନ୍ଦ ।

 


19-APRIL-2022


📌


BY: SRINIBASH ROUT

ଲାଞ୍ଚ ନେଇ ଧରାପଡ଼ିଲେ ଜମନକିରା (ଆରଆଇ) ରାଜସ୍ୱ ନିରୀକ୍ଷକ ।୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସମ୍ବଲପୁର ଜିଲ୍ଲା ଜମନକିରା ରାଜସ୍ୱ ନିରୀକ୍ଷକ (ଆରଆଇ) ମନୋଜ ମହାନନ୍ଦ। ଭିଜିଲାନ୍ସ ତାଙ୍କ ଠାରୁ ଟଙ୍କା ଜବତ କରିବା ସହ ତାଙ୍କ ଅଫିସରେ ଚଢ଼ାଉ କରିଛି। ଜମନକିରା ଓରାମ ପଡ଼ାର ଦୁଃଖା ମିଞ ତାଙ୍କ ର ଜମି ବିଭାଜନ ପାଇଁ ଆବେଦନ କରିଥିବା ବେଳେ ଆର.ଆଇ ତାଙ୍କୁ ତାଙ୍କ ଲାଞ୍ଚ ମାଗି ଥିଲେ ।ପରେ ସେ ଭିଜିଲାସନ୍ସ ବିଭାଗ ସହ ଯୋଗାଯୋଗ କରିଥିଲା ।ଭିଜିଲାନ୍ସ ମନୋଜଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ସୋମବାର ୧୮ ତାରିଖ ଦିନ ପ୍ରାୟ ୧୦ଟା ସମୟରେ ଆରଆଇ ମନୋଜ ମହାନନ୍ଦ ନିଜ କାର୍ଯ୍ୟାଳୟରେ ଦୁଃଖାଙ୍କ ଠାରୁ ୯ ହଜାର ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। 


ଭିଜିଲାନ୍ସ ପକ୍ଷରୁ ତାଙ୍କ ଅଫିସରେ ଚଢ଼ାଉ ଜାରି ରହିଛି ।ସେପଟେ ଆର.ଆଇଙ୍କ ଘରେ ମଧ୍ୟ ଭିଜିଲାନ୍ସ ଯାଞ୍ଚ ଆରମ୍ଭ କରିଛି ।



https://socialnewsodiaofficial.blogspot.com

Post a Comment

0 Comments