15-APRIL-2022


📌


BY: SRINIBASH ROUT

୫ଟି ସଚିବଙ୍କୁ ସାକ୍ଷାତ କଲେ ତାଳଚେର ପୌର ପରିଷଦର ନଗରପାଳ। ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଳଚେର ପୌର ପରିଷଦର ୨ୟ ଥର ପାଇଁ ନଗରପାଳ ଭାବେ ନିର୍ବାଚିତ ହୋଇଥିବା ପବିତ୍ର ଭୁତିଆ ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିବା ବେଳେ ତାଳଚେର ପୌର ପରିଷଦର କିପରି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିବ ସେନେଇ ଆଲୋଚନା କରିଥିଲେ ।ଆଗାମୀ ଦିନରେ ସହରର ବିଭିନ୍ନ ସମସ୍ୟାକୁ ସମାଧାନ କରି କିଭଳି ବିକାଶର ଧାରାକୁ ଆଗେଇ ନେଇ ହେବ ସେଥିପାଇଁ ସମସ୍ତେ ଉଦ୍ୟମ ଜାରି ରଖିବା ପାଇଁ ସଚିବ ପରାମର୍ଶ ଦେଇଥିଲେ ।


ଏଥିସହ ଯେଉଁ ଭରସା କରି ସାଧାରଣ ଭୋଟର ବହୁମତ ଦେଇ ବିଜୟୀ କରିଛନ୍ତି, ସେମାନଙ୍କ ସେବାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାସହ ଗରିବ ଲୋକମାନଙ୍କ ପାଇଁ ସରକାର ପ୍ରଣୟନ କରିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ସଠିକ୍ ରୁପାୟନ କରିବା ପାଇଁ ଶ୍ରୀ ପାଣ୍ଡିଆନ ନବ ନିର୍ବାଚିତ ନଗରପାଳଙ୍କୁ ପରାମର୍ଶ ଦେଇଥିଲେ। 


ନଗରପାଳ ଶ୍ରୀ ଭୁତିଆ ତାଳଚେର ସହରକୁ ସରସ ସୁନ୍ଦର କରିବାପାଇଁ ନିଜେ ସଙ୍କଳ୍ପ ବଦ୍ଧ, ତେଣୁ ସାଧାରଣ ଲୋକେ ଯେଉଁ ଆଶା ରଖି ନିର୍ବାଚନରେ ବହୁମୂଲ୍ୟ ଭୋଟ୍ ଦେଇଛନ୍ତି, ତାହାକୁ ସାକାର କରିବା ତାଙ୍କର ଲକ୍ଷ୍ୟ ବୋଲି ଶ୍ରୀ ପାଣ୍ଡିଆନଙ୍କୁ ଅବଗତ କରାଇଥିଲେ।




https://socialnewsodiaofficial.blogspot.com