20-APRIL-2022
📌
BY: SRINIBASH ROUT
ସ୍କୁଲ୍ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନ କଡ଼ାକଡ଼ି ହୋଇଛି ।RTO ପକ୍ଷରୁ ଆଜିଠୁ ଅର୍ଥାତ୍ ବୁଧବାର ୨୦ ତାରିଖ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲ୍ ଯାନବାହନର କଡ଼ାକଡ଼ି ଫିଟନେସ୍ ଚେକିଂ ଆରମ୍ଭ ହୋଇଛି । ୨୭ ତାରିଖ ଯାଏଁ ହେବାକୁ ଥିବା ଏହି ସ୍ପେଶାଲ ଡ୍ରାଇଭରେ ସ୍କୁଲ୍ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ୍ ବା ଚେକିଂ କରାଯାଉଛି ।ସେହିପରି ଧାର୍ୟ୍ୟ ନିୟମ ବା ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଏବଂ ଚାଳକଙ୍କ ଲାଇସେନ୍ସ ଯାଞ୍ଚ୍ କରାଯାଉଛି ।ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ସ୍କୁଲ ପିଲାଙ୍କ ସୁରକ୍ଷିତ ପରିବହନ ଲାଗି ଏଭଳି ପଦକ୍ଷେପ ନିଆଯାଉଥିବା ଏସଟିଏ ସୂଚନା ଦେଇଛି। ଏହି ସପ୍ତାହବ୍ୟାପୀ ଯାଞ୍ଚ୍ ପରେ ୨୮ ତାରିଖରେ ରିପୋର୍ଟ୍ ଦେବାକୁ ଆଞ୍ଚଳିକ ପରିବନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନିୟମ ଖିଲାପକାରୀଙ୍କ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ।
ରାଜ୍ୟରେ ଅନେକ ସ୍କୁଲରେ କାଗଜପତ୍ର ଠିକ୍ ନ ଥିବା ଗାଡ଼ି ଛୋଟ ପିଲାଙ୍କୁ ବିପଦ ସଙ୍କୁଳ ଅବସ୍ଥାରେ ପରିବହନ କରୁଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଅନେକ ସମୟରେ ଗାଡ଼ିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇ ବହୁ ଜୀବନ ହାନୀ ହେଉଛି। ଏହା ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସ୍କୁଲ୍ ଗାଡ଼ିର କାଗଜପତ୍ର ଯାଞ୍ଚ୍ ବା ଚେକିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
(ସ୍କୁଲ୍ ପିଲାଙ୍କ ସୁରକ୍ଷିତ ଯାତାୟାତକୁ ଏସଟିଏ (STA) ଗୁରୁତ୍ୱ ଦେଇଛି)
https://socialnewsodiaofficial.blogspot.com
0 Comments