Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ରସାୟନିକ ବିସ୍ପୋରଣ, ୨ ଆହତ: ବିଭିନ୍ନ କେମିକାଲ ରେ କାର୍ଯ୍ୟ କରୁଥିବା ବେଳେ ସେଥି ମଧ୍ୟରେ ଥିବା ଏକ ଅଫୁଟା କ୍ଷେପଣାସ୍ତ୍ରର କିଛି ଅଂଶକୁ ଗରମ କରୁଥିବା ବେଳେ ସେଥି ମଧ୍ୟରୁ ବିସ୍ପୋରଣ ହୋଇଥିଲା ।

 


21-APRIL-2022


📌


BY: SRINIBASH ROUT

ଅଫୁଟା କ୍ଷେପଣାସ୍ତ୍ର ଗରମ କରୁଥିବା ବେଳେ ଫୁଟିଗଲା ।ଭଦ୍ରକ ଜିଲ୍ଲା ଧାମରା ବଜାରରେ ଏକ ରାସାୟନିକ ବିସ୍ଫୋରଣ ଘଟିଛି ।ବିସ୍ଫୋରଣରେ ୨ଜଣ ଆହତ ହୋଇଥିବା ବେଳେ ଆହତଙ୍କ ମଧ୍ୟରୁ ଜଣକ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ ଧାମରା ବଜାର ଠାରେ ଥିବା ସତ୍ୟେନ କାମିଳିଆଙ୍କ ଏକ ଗହଣା ଦୋକାନ ଥିବା ବେଳେ ସେହି ଦୋକାନ ମଧ୍ୟରେ ସେ ବିଭିନ୍ନ ପ୍ରକାର ଭଙ୍ଗା ବ୍ୟାଟେରୀ, ଭଗ୍ନ କ୍ଷେପଣାସ୍ତ୍ର, କେମିକାଲସ ତଥା ଭଙ୍ଗା ଲୁହା ଲକଡି ଆଣି ବେପାର କରିଥାନ୍ତି।


ଗତକାଲି ଅର୍ଥାତ୍ ବୁଧବାର ୨୦ ତାରିଖ ସନ୍ଧ୍ୟାରେ ଦୋକାନ ମଧ୍ୟରେ କଇଥଖୋଲା ବାସିନ୍ଦା ସେକ୍ କଇମତ(୭୨) ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଗ୍ରାମର ହରିହର ରଣା(୩୫) ବିଭିନ୍ନ କେମିକାଲ ରେ କାର୍ଯ୍ୟ କରୁଥିବା ବେଳେ ସେଥି ମଧ୍ୟରେ ଥିବା ଏକ ଅଫୁଟା କ୍ଷେପଣାସ୍ତ୍ରର କିଛି ଅଂଶକୁ ଗରମ କରୁଥିବା ବେଳେ ସେଥି ମଧ୍ୟରୁ ବିସ୍ପୋରଣ ହୋଇଥିଲା ।ଫଳରେ ହରିହର ରଣାଙ୍କ ଡ଼ାହାଣ ଗୋଡ଼ ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ସେକ୍ କଇମତଙ୍କ ଶରୀର ସଂପୂର୍ଣ୍ଣ ପୋଡ଼ି ଯାଇଥିଲା। ପାଖରେ ଥିବା କିଛି ଦୋକାନୀ ମଧ୍ୟ ଆହତ ହୋଇଛନ୍ତି ।


ଏହି ବିସ୍ପୋରଣ ର ମାତ୍ରା ଏତେ ଥିଲା ଯେ କିଛି ନିଆଁ ବାହାରି ଯାଇ ନିକଟସ୍ଥ ଦୋକାନ ମଧ୍ୟରେ ପଡ଼ିଥିଲା। ଫଳରେ ଅନ୍ୟ ଦୋକାନୀ ମଧ୍ୟ ଏହି ବିସ୍ଫୋରଣରେ ଆହାତ ହୋଇଥିଲେ। ଘଟଣା ଘଟିବା ପରେ ସ୍ଥାନୀୟ ଦୋକନୀ ଯାଇ ସେକ୍ କଇମତ ଏବଂ ହରିହର ରଣାକୁ ଉଦ୍ଧାର କରି ପ୍ରଥମେ ଧାମରା ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ପରେ ଧାମରା ଥାନାଧିକାରୀ ଆସି ସତ୍ୟେନ କାମିଳିଆଙ୍କ ଘର, ଗୋଦାମ ଘର ଏବଂ ବିସ୍ପୋରଣ ସ୍ଥାନ ବୁଲୁ ଦେଖିଥିଲେ। ଧାମରା ବଜାର ମଧ୍ୟରେ ବିଭିନ୍ନ କେମିକାଲସ ରଖିବା ସହ ବିଭିନ୍ନ ପ୍ରକାର ଚୋରୀ କାର୍ଯ୍ୟରେ ଲିପ୍ତ ଥିବା ସତ୍ୟେନ କାମିଳିଆ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଧାମରା ବଜାର ବାସୀ ଦାବି ଜଣାଇଛନ୍ତି।





https://socialnewsodiaofficial.blogspot.com

Post a Comment

0 Comments