Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବଡ଼ ଧରଣର ଆଇପିଏଲ ବେଟିଂର ପର୍ଦ୍ଦାଫାସ; ଆଇପିଏଲକୁ ନେଇ ସଟ୍ଟା ଖେଳାଉଥିବା ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ - ୧୮ଟି ବାଇକ୍ ସହ, ଗୋଟିଏ ଲାପଟପ୍ ଓ ଗୋଟିଏ ଟାବଲେଟ୍ ଜବତ ।

 


18-APRIL-2022


📌


BY: SRINIBASH ROUT

ଆଇପିଏଲ ବେଟିଂ ବେଳେ ପୋଲିସ ର ଚଢ଼ାଉ ।ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର କୁଆଁରମୁଣ୍ଡା ଫାଣ୍ଡି ଯମୁନାନାକି ଅଞ୍ଚଳରେ ପୋଲିସ ଚଢ଼ାଉ କରିଛି ।ବୀରମିତ୍ରପୁର ଥାନା ଅନ୍ତର୍ଗତ ଯମୁନାନାକି ଅଞ୍ଚଳରେ ଏକ ଭଡ଼ା ଘରେ ଚାଲି ଥିବା ସଟ୍ଟା କାରବାର ।ରାଉରକେଲା ସହରରେ ଆଇପିଏଲ ବେଟିଂ ଚାଲିଥିବା ଆଡ୍ଡା ଉପରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିବା ସୂଚନା ମିଳିଛି ।ଏହି ଘଟଣାରେ ୯ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।ଗିରଫ ୯ ଜଣ ଯୁବକଙ୍କ ଘର ଛତିଶଗଡ଼ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।ସମସ୍ତଙ୍କ ବୟସ ୨୦ରୁ ୨୫ ବର୍ଷ ହେବ ।ତେବେ ଏତିକି ନୁହେଁ ବେଟିଂ ଆଡ୍ଡାରୁ ଗୋଟିଏ ଲାପଟପ୍, ଗୋଟିଏ ଟ୍ୟାବ ଓ ୧୮ଟି ଦାମୀ ମୋବାଇଲ୍ ମଧ୍ୟ ଜବତ ହୋଇଛି। ଏ ସଂକ୍ରାନ୍ତରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ବେଟିଂରେ ରାଜ୍ୟ ବାହାର ଲିଙ୍କ୍ ମିଳିଥିବାରୁ ଏଥିରେ ଆଉ କେଉଁମାନେ ସାମିଲ୍ ଅଛନ୍ତି ତାହାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦିଆଯାଇଛି।


ଗତ ସପ୍ତାହରେ ହାଇଦ୍ରାବାଦ ପୋଲିସ ଏକ ବଡ଼ ଧରଣରେ ଆଇପିଏଲ୍ ବେଟିଂ ଗ୍ୟାଙ୍ଗ ଉପରେ ଚଢ଼ାଉ କରିଥିଲା ।ଚଢ଼ାଉ କରି ସେମାନଙ୍କୁ ଗିରଫ କରିବା ସହ ୫୬ ଲକ୍ଷ ଟଙ୍କା ଜବତ କରିଥିଲା । 


ସୂଚନା ଅନୁସାରେ ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇସାରିଛି ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଲିଗ୍ ଆଇପିଏଲ ।ଚଳିତ ଥର ଆଇପିଏଲରେ ଆଉ ଦୁଇଟି ନୂଆ ଦଳ ସାମିଲ ହୋଇଛନ୍ତି ।ଅର୍ଥାତ୍ ୧୦ଟି ଟିମକୁ ନେଇ ଖେଳାଯାଉଛି ଚଳିତ ଆଇପିଏଲ ।ଆଇପିଏଲ ଆରମ୍ଭ ହେବା ସହ ଆରମ୍ଭ ହୋଇସାରିଛି ଆଇପିଏଲ ବେଟିଂ ।ବେଟିଂ କରୁଥିବା ସମୟରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଇ କରି ବୁକିମାନଙ୍କୁ ଗିରଫ କରିବା ସହ ଲକ୍ଷ ଲକ୍ଷ ଟଙ୍କା ଜବତ ମଧ୍ୟ କରିଛି ।




https://socialnewsodiaofficial.blogspot.com

Post a Comment

0 Comments