22-APRIL-2022
📌
BY: SRINIBASH ROUT
ପୁଅର ବାହାଘର ପ୍ରସେସନ ଚାଲିଥିବା ବେଳେ ଡି.ଜେ ବାଜା ଶବ୍ଦରେ ବର ବାପାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ଘଟଣା ଘଟିଛି ମାଲକାନଗିରିରେ ।ମୃତ ଜଣଙ୍କ ହେଉଛନ୍ତି ଦିଲ୍ଲୀ ନିବାସୀ ମହେନ୍ଦ୍ର ରହିଲା ବୋଲି ଜଣାପଡ଼ିଛି ।ସୂଚନା ଅନୁଯାୟୀ ଦିଲ୍ଲୀ ନିବାସୀ ମହେନ୍ଦ୍ର ରହିଲାଙ୍କ ପୁଅ ଅଙ୍କିତ ରହିଲା ଓ ମାଲକାନଗିରି ଲାଠିଆଗୁଡାର ଜଣେ ଯୁବତୀଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।ପରେ ଉଭୟଙ୍କ ପରିବାର ଏ ସମ୍ପର୍କ ରେ ଜାଣିଥିଲେ। ପରିବାର ଲୋକ ଏ ସମ୍ପର୍କରେ ଜାଣିବା ପରେ ଏକାଠି ବସି ବାହାଘର ମଧ୍ୟ ଠିକ୍ କରିଥିଲେ ।ବୁଧବାର ୨୦ ତାରିଖ ରାତିରେ ମାଲକାନଗିରିରେ ଥିବା ହୋଟେଲ ଗୋଲ୍ଡେନ ଭିଉ ସମ୍ମୁଖରୁ ବରଯାତ୍ରୀଙ୍କ ଶୋଭାଯାତ୍ରା ବାହାରିଥିଲା ଯାହା ଲାଠିଆଗୁଡା ଗାଁ ପର୍ଯ୍ୟନ୍ତ ଯିବାର ଥିଲା ।ହେଲେ ପୁଅର ବାହାଘର ପ୍ରସେସନ ଚାଲିଥିବା ଡିଜେର ଉଚ୍ଚ ଶବ୍ଦରେ ବରର ବାପାଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି ।ମାଲକାନଗିରି ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ବାହାଘର ବନ୍ଦ୍ ହୋଇଯାଇଛି ।
(ଝିଅକୁ ନେଇ ଯିବା ପାଇଁ ଜିଦ୍ କରିବା ସହ ଝିଅ ଓ ମାଆଙ୍କୁ ମାରପିଟ୍ କରିଥିବା ଅଭିଯୋଗ ହୋଇଛି)
https://socialnewsodiaofficial.blogspot.com
0 Comments