Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଜିଲ୍ଲାପାଳ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି; ଗିରଫ କରି ନୂଆଦିଲ୍ଲୀ ସ୍ଥିତ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ କାର୍ଯ୍ୟାଳୟରେ ହାଜର କରାଇବା ପାଇଁ ରାଜ୍ୟ ଡ଼ିଜିପି ସୁନୀଲ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦେଲେ ଜନଜାତି କମିଶନ ।

 


13-APRIL-2022


📌


BY: SRINIBASH ROUT

ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି। ଜାତୀୟ ଅନୁସୂଚିତ ଜନଜାତି କମିଶନ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ବିରୋଧରେ ଏହି ଗିରଫ ୱାରେଣ୍ଟ ଜାରି କରିଛନ୍ତି ।ଏକାଧିକ ମାମଲାରେ ଜିଲ୍ଲାପାଳଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଥିଲା ।ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ କମିଶନଙ୍କ ନିକଟରେ ହାଜର ନହେବାରୁ ଜିଲ୍ଲାପାଳଙ୍କ ବିରୋଧରେ ଏହି ଗିରଫ ଓ୍ବାରେଣ୍ଟ ଜାରି ହୋଇଛି ।ଏଥିପାଇଁ ପୋଲିସ ଡ଼ି.ଜି ସୁନୀଲ ବଂଶଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଅନୁସୂଚିତ ଜନଜାତି କମିଶନ। ତେବେ ତାଙ୍କୁ ଗିରଫ କରି ନୂଆଦିଲ୍ଲୀ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟରେ ହାଜର କରାଇବା ପାଇଁ ରାଜ୍ୟ ଡିଜିପି ସୁନୀଲ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ।


ସୂଚନା ଅନୁସାାରେ ଗନ୍ଧମାର୍ଦ୍ଧନ ଖଣିର ଶ୍ରମିକ ନେତା ମୋନା ପୂର୍ତ୍ତିଙ୍କ ସମେତ ଏକାଧିକ ମାମଲାରେ ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ‌ଜାତୀୟ ଜନଜାତି ଆୟୋଗଙ୍କ ତରଫରୁ ସମନ ହୋଇଥିଲା। କିନ୍ତୁ ଜିଲ୍ଲାପାଳ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ କୋର୍ଟରେ ହାଜର ହୋଇ ନଥିଲେ। ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉନଥିବାରୁ ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି।





https://socialnewsodiaofficial.blogspot.com

Post a Comment

0 Comments