27-APRIL-2022


📌


BY Srinibash Rout in Odisha

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ ନେଇ ବୁଧବାର ୨୭ ତାରିଖ ସକାଳୁ ବେଶ୍‌ ସରଗରମ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜ୍ୟ ସରକାର କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି, ସେଥିପାଇଁ ଏପରି ଭୟଭୀତ ହୋଇ ପୁରୀକୁ ବାଟ ଛାଡ଼ୁ ନ ଥିବା ସାଂସଦ କହିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ବିଜେଡ଼ି ସାଂସଦ ମୁନା ଖାଁ ।


ମୁନା ଖାଁଙ୍କ କହିବାନୁଯାୟୀ, ପୁରୀରେ କୌଣସି ବେଆଇନ୍ କାର୍ଯ୍ୟ ହୋଇନି, ଯାହା ହୋଇଛି ନିୟମ ଅନୁସାରେ ହୋଇଛି ।ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ବିକାଶ ମୂଳକ କାର୍ୟ୍ୟକ୍ରମ କରୁଛନ୍ତି ସରକାର ।ବିଭିନ୍ନ ଆଳ ଦେଖାଇ ନିନ୍ଦା କଲେ କାହାକୁ ମନା କରି ହେବନି ।ଘଟଣାକୁ ନେଇ ରାଜନୀତିକରଣ କରାଯାଉଛି ।


ଏଥିସହ ପୁରୀ ଯାଉଥିବା ସାଂସଦଙ୍କୁ ବାଟରେ କାହିଁକି ଅଟକାଗଲା ପ୍ରଶ୍ନର ଉତ୍ତରରେ, ଯଦି ପ୍ରଶାସନ କୌଣସି କାରଣ ଯୋଗୁଁ ଅନୁମତି ଦେଇ ନାହାଁନ୍ତି ଜବରଦସ୍ତି କିଛି କରିବା ଉଚିତ୍ ହେବନି ।ଲୋକ ଦେଖାଣିଆ କାମ କରିବା ଉଚିତ୍ ନୁହେଁ ।ଆଇନ୍ ଶୃଙ୍ଖଳା ସ୍ଥିତି ବି ଥାଇପାରେ ।ରାଲି ପାଇଁ ନିୟମ କାନୁନ୍ ରହିଛି ।ସେ କଥା ବୁଝିବା ଦରକାର ।ଦର୍ଶନ କରିବା ପାଇଁ କାହାକୁ ମନା ନାହିଁ ।ସରକାରଙ୍କ କାମକୁ ସ୍ଥାନୀୟ ବିଧାୟକ, ଗଜପତି ବି ସମର୍ଥନ କରୁଥିବା ବେଳେ ଘଟଣାକୁ ରାଜନୀତିକରଣ କରାଯାଉଛି ବୋଲି କହିଛନ୍ତି ସାଂସଦ ମୁନା ଖାଁ ।



https://socialnewsodiaofficial.blogspot.com