20-APRIL-2022
📌
BY: SRINIBASH ROUT
ବିନା ଅନୁମତିରେ ରାଜଧାନୀରେ ପ୍ରବେଶ କରିଥିଲେ ଡ଼୍ରାଇଭର ସଂଘ ।ଓଡ଼ିଶା ଡ଼୍ରାଇଭର ମହାସଂଘ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ଲୋଏର ପିଏଜିରେ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଡି.ସି.ପି ଉମାଶଙ୍କର ଦାଶ ପ୍ରତିକ୍ରିୟା ରଖିଛନ୍ତି ।ପୁରୀ କଟକ ବାଇପାସ୍ ରେ ଗାଡ଼ି ରଖିବେ ବୋଲି କହିଥିଲେ ଆନ୍ଦୋଳନକୁ ଆସିବାକୁ ଥିବା ଡ଼୍ରାଇଭର ମହାସଂଘ ନେତା ।ହେଲେ ସେମାନେ ନିୟମ ଭାଙ୍ଗିଛନ୍ତି ।ଅଟୋ ଓ ସାଧାରଣ ଲୋକଙ୍କୁ ଆକ୍ରମଣ କରିଛନ୍ତି।ଏନେଇ ପୋଲିସ ପକ୍ଷରୁ ତିନୋଟି ମାମଲା ରୁଜୁ ହୋଇଛି ।୨ଟି ରାସ୍ତା ରୋକ ଓ ଗୋଟିଏ ଧାରଣା ସ୍ଥଳରେ ୧୪୪ ଧାରା ଉଲ୍ଲଂଘନ କରିଛନ୍ତି ଆନ୍ଦୋଳନରତ ଡ଼୍ରାଇଭର ।ବିଶୃଙ୍ଖଳା ଓ ନିୟମ ଅମାନ୍ୟ ଙ୍କ ବିରୁଦ୍ଧରେ ନିଆଯିବ ଦୃଢ କାର୍ଯ୍ଯାନୁଷ୍ଠାନ। ସବୁ ଘଟଣାର ଭିଡ଼ିଓ ସଂଗ୍ରହ କରାଯାଉଛି। ଭିଡ଼ିଓ ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ଯନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି (DCP) ଉମାଶଙ୍କର ଦାଶ।
ପ୍ରାପ୍ତ ସୂଚନା ଅନୁଯାଇ, ବିଭିନ୍ନ ଦାବି ନେଇ ଓଡ଼ିଶା ଡ଼୍ରାଇଭର ମହାସଂଘ ପକ୍ଷରୁ ଭୁବନେଶ୍ବର ଠାରେ ସୋମବାର ୧୮ ତାରିଖ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମହାସଂଘର ଡ଼ାକରାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଡ଼୍ରାଇଭର ମାନେ ଏହି ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ବସ୍ ଓ ଅନ୍ୟାନ୍ୟ ଗାଡ଼ି ମୋଟର ଅଟକି ରହିବା ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖିନ ହୋଇଥିଲେ।
https://socialnewsodiaofficial.blogspot.com
0 Comments