Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଜୁନ୍ ୬ରୁ ୧୬ ତାରିଖ ସ୍କୁଲ୍ ଖରାଛୁଟି; ପାଠ ପଢ଼ା ପାଇଁ ସ୍କୁଲରେ ଖରାଛୁଟି କାଟଛାଣ୍ଟ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର, ଆସନ୍ତା ଜୁନ୍ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ପିଲାଙ୍କ ପାଇଁ ଖରାଛୁଟି ଘୋଷଣା - ବର୍ତ୍ତମାନ୍ ଭଳି ସ୍କୁଲ୍ ସକାଳୁଆ ଚାଲୁ ରହିବ।

 


17-APRIL-2022


📌


BY: SRINIBASH ROUT 

ଚଳିତ ବର୍ଷ ମାତ୍ର ୧୦ ଦିନ ପାଇଁ ହେବ ସ୍କୁଲ୍ ଖରାଛୁଟି। ପାଠପଢା ପାଇଁ ସ୍କୁଲରେ କାଟଛାଣ୍ଟ ନିଷ୍ପତ୍ତି ହୋଇଛି ।ଆସନ୍ତା ଜୁନ୍ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ପିଲାଙ୍କ ପାଇଁ ଖରାଛୁଟି ହେବ ।ପୂର୍ବରୁ ୫୦ ଦିନ ଖରା ଛୁଟି ଦିଆଯାଉଥିଲା। କିନ୍ତୁ ଲଗାତାର ଦୁଇବର୍ଷ ହେଲା କରୋନା ଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଖରାଛୁଟି ସମୟ ସୀମାରେ କାଟଛାଣ୍ଟ କରାଯାଇଛି। ପୂର୍ବ ପାଠ ବାକି ରହିଥିବାରୁ ସେଗୁଡ଼ିକୁ ସାରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।


କିନ୍ତୁ ବର୍ତ୍ତମାନ୍ ଭଳି ସକାଳୁଆ ସ୍କୁଲ ଚାଲୁ ରହିବ ।ତେଣୁ ସକାଳୁଆ ସ୍କୁଲରେ ସମୟ ସାରଣୀରେ ପରିବର୍ତ୍ତନ ହୋଇଛି ।ମେ ପହିଲାରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏ ସ୍କୁଲରେ ପାଠପଢା ହେବ ।ଏପ୍ରିଲ୍ ୨୦ ମଧ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କ୍ଲାସ୍ ପ୍ରମୋସନ୍ ସରିବ ।ସେହିପରି ଏପ୍ରିଲ୍ ୨୦ରୁ ୩୦ ପ୍ରଥମରୁ ନବମ ନୂଆ ଆଡ଼ମିଶନ ଓ ରିଆଡମିଶନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । 


ସୂଚନା ଅନୁସାରେ ଏବର୍ଷ ଏପ୍ରିଲ୍ ବଦଳରେ ମେ’ ମାସଠାରୁ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ  ।ଗ୍ରୀଷ୍ମ  ଛୁଟି ମଧ୍ୟ ହ୍ରାସ କରାଯିବ  ।ପ୍ରତିବର୍ଷ ମେ’ ୬ରୁ ଜୁନ୍ ୧୭ ପର୍ଯ୍ୟନ୍ତ ସ୍କୁଲଗୁଡିକରେ ଗ୍ରୀଷ୍ମ ଛୁଟି ହେଉଥିଲା  ।



https://socialnewsodiaofficial.blogspot.com

Post a Comment

0 Comments