11-APRIL-2022


📌


BY: SRINIBASH ROUT

କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଏକ୍ସଇର ଭାରତରେ ପାଦ ଥାପିବା ପରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସତର୍କ ହୋଇ ଯାଇଛି। ରବିବାର ୧୦ ତାରିଖ ଠାରୁ ଦେଶର ଘରୋଇ ହସ୍ପିଟାଲରେ ବା ଘରୋଇ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବା ଆରମ୍ଭ ହୋଇଛି ।ସୂଚନାଯୋଗ୍ୟ ଯେ, ପ୍ରଥମେ ଯେଉଁଠି କୋଭିଶିଲ୍ଡର ବୁଷ୍ଟର ଡୋଜ୍ ୬୦୦ ଟଙ୍କା ପ୍ରତି ସଟ୍‌ ଫିକ୍ସ କରିଥିଲା, ଶନିବାର ଏହାର ଦାମ୍‌ ୨୨୫ଟଙ୍କା କରାଯାଇଛି। ସେପଟେ, କୋଭାକ୍ସିନର ବୁଷ୍ଟର ଡୋଜ୍‌ର ମୂଲ୍ୟ ମଧ୍ୟ ୨୨୫ଟଙ୍କା ପ୍ରତି ସଟ୍‌ କରାଯାଇଛି ।ଏନେଇ ଭାରତ ବାୟୋଟେକ ଓ ଏସଆଇଆଇ ପକ୍ଷରୁ ଘୋଷଣା କରାଯାଇଛି ।ଏହା ପୂର୍ବରୁ କୋଭାକ୍ସିନ ନିଜ ବୁଷ୍ଟର ଡୋଜର ଦାମ୍ ୧୨୦୦ଟଙ୍କା ପ୍ରତି ସଟ୍‌ ନିର୍ଦ୍ଧାରିତ କରିଥିଲା ।



https://socialnewsodiaofficial.blogspot.com